ମୟୁରଭଞ୍ଜ: ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଥିବା ଦ୍ବିତୀୟ ବାଘୁଣୀ ଜିନ୍ନତ୍। ଗତକାଲି ଅର୍ଥାତ୍ ୨୪ ନଭେମ୍ବରରେ ସନ୍ଧ୍ୟାରେ ଫାଟକ ଖୋଲାଯାଇଥିବା ବେଳେ ରାତି ୯.୩୦ ମିନିଟ ସମୟରେ ବାହାରକୁ ଯାଇଥିଲା ବାଘୁଣୀ ଜିନ୍ନତ୍। ଶିମିଳିପାଳ ଉତ୍ତର ଜୋନ ଅଞ୍ଚଳରେ ଏବେ ମୁକ୍ତ ଭାବରେ ବିଚରଣ କରିବ ଏହି ବାଘୁଣୀ। ବିଭାଗ ପକ୍ଷରୁ ବାଘକୁ ୨୪ ଘଣ୍ଟା ମନିଟରିଂ ପାଇଁ ୩ଟି ଟିମ୍ ଗଠନ କରାଯାଇଛି। ଏବେ ଜମୁନା ଓ ଜିନ୍ନତ୍ ୨ବାଘୁଣୀ ମୁକ୍ତ ଭାବରେ ଶିମିଳିପାଳରେ ବିଚରଣ କରୁଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।