ଗଣେଶ ପୂଜା ଭସାଣିକୁ ନେଇ ତୁମୁଳକାଣ୍ଡ | ଢେଙ୍କାନାଳ ବିଳମ୍ବିତ ରାତିରେ ଗଣେଶପୂଜା ଭଷାଣୀ ଶୋଭାଯାତ୍ରାକୁ ବନ୍ଦ କରିବାରୁ ପୁଲିସ ଉପରକୁ ଆକ୍ରମଣ ହୋଇଛି । ଢେଙ୍କାନାଳ ସହର କୋରିହାଁ ହରିଜନସାହିରେ ଏପରି ଅଭାବନୀୟ ଘଟଣା ଘଟିଛି । ଜଣେ ଏସଆଇଙ୍କ ସମେତ ୪ ପୁଲିସ ଏଥିରେ ଆହତ ହୋଇଛନ୍ତି । ଏହି ମାମଲାରେ ପୁଲିସ ୧୬ ଆକ୍ରମଣକାରୀଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାଇ, ସନ୍ଧ୍ୟା ୭ଟା ଭିତରେ ଭଷାଣୀ ସାରିବାକୁ ଅନୁମତି ଥିଲା । ହେଲେ ରାତି ୯ଟା ପରେ ବି ଭଷାଣି ଚାଲିଥିବାରୁ ପୁଲିସ ପହଞ୍ଚି ଭଷାଣୀ ବନ୍ଦ କରିବାକୁ କହିଥିଲା । ହେଲେ ପୁଲିସ ଚାଲିଯିବା ପରେ ପୁଣି ଡିଜେ ବଜାଇ ଶୋଭାଯାତ୍ରା କରିଥିଲେ । ପୁଲିସ ପହଞ୍ଚି ପୁଣି ବନ୍ଦ କରିବାରୁ ଲୋକେ ଉତ୍ୟକ୍ତ ହୋଇ ପୁଲିସକୁ ଆକ୍ରମଣ କରିବା ସହ ପଥର ମାଡ କରିଥିଲେ । ଏସଆଇ ସୌଭାଗ୍ୟ ପାଣିଙ୍କ ସମେତ ୪ ଜଣ ପୁଲିସ ଆହତ ହୋଇ ଛତ୍ରଭଙ୍ଗ ଦେଇଥିଲେ । ପରେ ପୁଲିସ ଫୋର୍ସ ସହ ପହଞ୍ଚି ୧୬ ଆକ୍ରମଣକାରିଙ୍କୁ ଉଠାଇଆଣିଥିଲେ । ଏହା ପ୍ରତିବାଦରେ ସାହିଲୋକେ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଥାନା ଘେରାଉ କରିଥିଲେ । ଆଜି ପୂର୍ବାହ୍ନରେ ଅଟକ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଅଧିକ ପଢ଼ନ୍ତୁ : ଭଦ୍ରକର ବହୁ ଆଡମ୍ବରରେ ପୂଜା ପାଉଛନ୍ତି ଐତିହାସିକ ବୁଢା ଗଣେଶ,ଟୋକା ଗଣେଶ ଓ ପିଲା ଗଣେଶ