ଦେଓଗଡ଼: ଭାରତୀୟ ଜନତା ପାର୍ଟି ଦେଓଗଡ଼ ଜିଲ୍ଲା କାର୍ଯ୍ୟଳୟ ଠାରେ ସଦସ୍ୟତା ଅଭିଯାନ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଶୁଭାରମ୍ଭ ହୋଇଯାଇଛି। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଆହ୍ୱାନ କର୍ମେ ସାରା ଦେଶରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଆଜି ଦେଓଗଡ଼ ପୁରୁଣା ଗଡ଼ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ଠାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ଦେଓଗଡ ଜିଲ୍ଲାରେ ପାଖା ପାଖି ଜନସଂଖ୍ୟା ଦୁଇ ଲକ୍ଷ୍ୟ ପଚାଶ ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଆଗମୀ ଦିନରେ ମୋଟ ଜନସଂଖ୍ୟାରୁ ପାଖା ପାଖି ୭୦ ପ୍ରତିଶତ ଲୋକଙ୍କୁ ସଦସ୍ୟତାରେ ସାମିଲ କରିବା ପାଇଁ ଜିଲ୍ଲା ସଭାପତି ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲା ସଦସ୍ୟତା ସଂଯୋଜକ ଶ୍ରୀ ରଞ୍ଜିତ କୁମାର ପଟେଲ, ତିଲେଇବନି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୃନ୍ଦାବତି ଭୋଇ ଉପ ସଭାପତି ହରମୋହନ ପାଣି, ବ୍ଲକ ଉପାଧକ୍ଷା ଶ୍ରୀମତୀ ଆରତି ପ୍ରଧାନ, ଉପନଗରପାଳ ପ୍ରୋଜିତ କୁମାର ଭୋଜ, ମୁନସିପାଲର ସମସ୍ତ କାଉନସିଲର ଗଣ ଓ ଜିଲ୍ଲାର ସମସ୍ତ ବିଜେପି କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ବ୍ୟାପକ ଭାବେ ସଦସ୍ୟତାରେ ଜଡି ହୋଇ, ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ସଭାପତି ଆହ୍ୱାନ କରିଥିଲେ।