ଭୁବନେଶ୍ୱର: ବିକଶିତ ଓଡ଼ିଶା ୨୦୩୬ ପରିକଳ୍ପନା (ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘ଟ୍ୱିନ୍ ସିଟିରେ ହେବ ନୂଆ ଆଇଟି ନୂଆ ପାର୍କ। ୧୦୦୦ ହେକ୍ଟର ଜମିରେ ଏହି ନୂଆ ଆଇଟି ପାର୍କ ତିଆରି ହେବ। ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍ ଏରିଆ। ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ହେବ ବିଲ୍ଟ ଅପ୍ ଏରିଆ। ଭୁବନେଶ୍ୱରର ସତ୍ୟନଗର ଏବଂ ୟୁନିଟ୍ ୨ ଅଞ୍ଚଳରେ ଆଇଟି ଶିଳ୍ପ ପାଇଁ ଚଳିତବର୍ଷ ବିଲ୍ଟ ଅପ୍ ଏରିଆ। ତିଆରି ଆରମ୍ଭ କରାଯିବ।
ସେହିପରି ୫ ବର୍ଷରେ ସଡ଼କ ନିର୍ମାଣ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ୫ଟି ବଡ଼ ସହର ସମେତ ୧୧ଟି ସହରରେ ରିଙ୍ଗ ରୋଡ଼ ତିଆରି ହେବ। ସେହିପରି ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ୍ ଫିଲ୍ଡ କରିଡର। ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯିବ। ବିକଶିତ ଓଡ଼ିଶାରେ ୨୦୩୬ ସୁଦ୍ଧା ରାଜ୍ୟ ଅର୍ଥନୀତି ୦.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ। ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି ହେବ ଓଡ଼ିଶା। କେବଳ ସମୃଦ୍ଧି ଗୋଟିଏ ଜିଲ୍ଲା କି ସହରରେ ନୁହେଁ ସାରା ରାଜ୍ୟରେ ବିକାଶ ନିରନ୍ତର ଭାବେ ଆଗେଇବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।