ଭୁବନେଶ୍ୱର: ଭିଡ଼ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଏକାଧିକ ରାସ୍ତା ଓ ପ୍ରକଳ୍ପର ହେବ ଶିଳାନ୍ୟାସ । ଜୁନ ୧୨ ତାରିଖରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ। ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। ୩ ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଏହି ପଦକ୍ଷେପ ନିଆଯାଇଛି। ଏଥିସହ ରାସ୍ତାକୁ ସମୂର୍ଣ୍ଣ ରୂପେ ଟ୍ରାଫିକ ଲାଇଟ ମୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି।
ସେହିପରି ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ହଟିବ ଟ୍ରାଫିକ୍ ସିଗନାଲ। ଟ୍ରାଫିକ୍ ଲାଇଟ୍ ପରିବର୍ତ୍ତେ ଲାଗିବ ବିକଳ୍ପ ଟେକ୍ନୋଲୋଜି। ଶନିବାର ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ, ଭୁବନେଶ୍ୱର ସହରକୁ ଭିଡ଼ ମୁକ୍ତ କରିବାକୁ ଜୁନ ୧୨ରେ ଏକାଧିକ ରାସ୍ତା ଏବଂ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ସେସବୁ ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ । ଅଢେଇରୁ ୩ ବର୍ଷ ଭିତରେ ସମସ୍ତ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ।
ସେହିପରି ମାସେ ଭିତରେ ରିଙ୍ଗ୍ ରୋଡ଼ କାମ ଆରମ୍ଭ ହେବ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ ବୋଲି ମନ୍ତ୍ରୀ କହିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ରାସ୍ତା ଟ୍ରାଫିକ ଲାଇଟ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।