ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଅନିୟମିତତାର ଲମ୍ବା ତାଲିକା, ବିଭିନ୍ନ ବିଭାଗ ଦ୍ୱାରା କୋଟି କୋଟି ଟଙ୍କାର ଅର୍ଥ ଅତ୍ମସାତ
ଭୁବନେଶ୍ୱର,ଏପ୍ରିଲ୪(ଖବର ଓଡିଶା); ଓଡିଶା ରାଜ୍ୟ ମେଡିକାଲ ନିଗମ ଲିମିଟେଡ୍(ଓଏସ୍ଏମସିଏଲ୍) ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଜାତିୟ ଗ୍ରାମିଣ ଜୀବିକା ମିଶନର ଦିନଦୟାଲ୍ ଉପାଧ୍ୟୟ ଗ୍ରାମିଣ କୌଷଳ ଯୋଜନା (ଡିଡିୟୁଜିକେୱାଇ) ଏବଂ ସମବାୟ ବ୍ୟାଙ୍କ କୃଷି ଋଣ ପର୍ଯ୍ୟନ୍ତ ଦୂର୍ନିତିର ଲମ୍ବା ତାଲିକାର ସୂଚନା ଦେଇଛନ୍ତି ପ୍ରନ୍ସିପାଲ ଏଜିି ବିଭୁଦତ୍ତ ବସନ୍ତିଆ ।
ସମବାୟ କୃଷି ଋଣ କ୍ଷେତ୍ରରେ ପୁରୁଣା ଋଣ ଗୁଡିକୁ ପରିଷୋଧ କରିବା ଲାଗି ନୁଆ ଋଣ ପ୍ରଦାନ କରାଯାଇଛି । ଡିଡିୟୁଜିକେୱାଇକୁ ରାଜ୍ୟରେ କାର୍ଯ୍ୟକାରି କରାଇବା ଦାଇତ୍ୱ ପଞ୍ଚାୟତରାଜ ବିଭାଗ ଅଧିନ ଓଡିଶା ଗ୍ରାମିଣ ବିକାସ ଏବଂ ବିପନଣ ସମିତି (ଓର୍ମାସ)ଉପରେ ରହିଛି । ତେବେ ଓର୍ମାସ ବେସରକାରି ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବା ରିପୋର୍ଟରେ ଜଣାପଡିଛି । ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ଦୁଇଗୁଣ ଅର୍ଥ ପ୍ରଦାନ କରାଯାଥିବା ବେଳେ ପ୍ରର୍ଥି ମାନଙ୍କର ତାଲିମରେ ମଧ୍ୟ ହେରଫେର ହୋଇଥିବା ସିଏଜି କହିଛନ୍ତି ।
ଏହା ବ୍ୟତିତ ଭୂବନେଶ୍ୱର ଉନ୍ନୟନ କର୍ତୁପକ୍ଷ (ବିଡିଏ), ଭୂବନେଶ୍ୱର ମହାନଗର ନୀଗମ (ବିଏମ୍ସି) ଆଦି ଦ୍ୱାରା ବ୍ୟପକ ଅର୍ଥ ହେରପେର ହୋଇଥିବାର ଉଲ୍ଲେଖ ଅଛି ।
ଏହିଭଳି ବାବରେ ଦୁର୍ନିତିର ଲମ୍ବା ଚିଠା ପ୍ରକାଶ କରିଛନ୍ତି ସିଏଜି । ସରକାରଙ୍କ ଦ୍ୱାରା ମାଳ ମାଳ ଯୋଜନା କରାଯାଇ ତାକୁ କାର୍ଯ୍ୟକାରି କରିବା ବାହାନାରେ କିପରି କୋଟିକୋଟି ଟଙ୍କା ଦୁର୍ନତିର ଚାରା ବୁଣୁଛନ୍ତି ରାଜ୍ୟ ସରକାର ତାହା ଏହି ରିପୋର୍ଟ ମାଧ୍ୟମରେ ଲୋକ ଲୋଚନକୁ ଆସିଛି ।