ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ସମ୍ପୂର୍ଣ ଭୁସୁଡ଼ିଗଲାଣି | ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ସ୍କୁଲ ଗୁଡିକୁ ଫାଇବ-ଟିରେ ରୁପାନ୍ତରିକରଣ କରୁଛନ୍ତି | ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି ସରକାର ,ମାତ୍ର ଶିକ୍ଷା ଦାନ କରିବା ପାଇଁ ଶିକ୍ଷକ ନଥିବାରୁ ଚିନ୍ତାରେ ପଡୁଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ | ଉପରକୁ ଚକଚକ କରୁଥିବା ଏମିତି ଏକ ଫାଇବ-ଟି ସ୍କୁଲ ହେଉଛି ବାଲେଶ୍ୱରର ରୁପସା ସ୍ଥିତ କାଶିପଦା ପଞ୍ଚାୟତ ହାଇସ୍କୁଲ | ଏହି ସ୍କୁଲର ସୌନ୍ଦର୍ଯ୍ୟକରଣ ଏବଂ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ଦେଖିଲେ ଆପଣାଙ୍କୁ ବି ଚକିତ ଲାଗିବ। ଶିକ୍ଷକ ଅଭାବରୁ ଏଠି ଚିନ୍ତାରେ ପଡିଛନ୍ତି ୨ଶହରୁ ଅଧିକ ଛାତ୍ରଛାତ୍ରୀ ।
ସୂଚନାନୁଯାୟୀ, ବାଲେଶ୍ୱର ସଦର ବ୍ଲକ କସିପଦା ପଂଚାୟତ ହାଇସ୍କୁଲକୁ ଚଳିତ ବର୍ଷ ଫାଇଭ-ଟି କାର୍ଯ୍ୟକ୍ରମରେ ସାମିଲ କରି ୧ କୋଟି ୮ ଲକ୍ଷ ଟଙ୍କାରେ ଭିତ୍ତିଭୂମିର ବିକାଶ କରାଯାଇଛି । ନୂଆକୋଠା, ସ୍ମାର୍ଟ ସ୍କୁଲକୁ ନେଇ ପରିବେଶ ବଦଳି ଯାଇଛି । ହେଲେ ବିଦ୍ୟାଳୟର ମୂଳ ଆବଶ୍ୟକତା ଏ ଯାଏଁ ପୂରଣ ହୋଇନାହିଁ । ବିନା ଶିକ୍ଷକରେ ଚାଲିଛି ଫାଇଭ-ଟି ସ୍କୁଲ । ଗତ ଜୁନ ମାସରୁ ବିଦ୍ୟାଳୟରେ ଥିବା ସମସ୍ତ ଶିକ୍ଷକ ଅବସର ନେଇସାରିଛନ୍ତି । ହେଲେ ଏଯାଏଁ ଏଠାରେ କୌଣସି ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି । ଆଗକୁ ପରୀକ୍ଷା ଆସୁଥିବାରୁ ଛାତ୍ରଛାତ୍ରୀ ପାଠପଢାକୁ ନେଇ ଚିନ୍ତାରେ ପଡିଛନ୍ତି । ଏଭଳି ସ୍ଥିତିରେ ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ କୁମାର ସାହୁ ଏବଂ ୨ ଜଣ ପୂର୍ବତନ ଛାତ୍ରୀ କ୍ଷଣପ୍ରଭା ମହାପାତ୍ର, ସଶ୍ମିତା ପ୍ରଧାନ ପିଲାଙ୍କୁ ପାଠ ପଢାଉଛନ୍ତି ।
ଅଧିକ ପଢ଼ନ୍ତୁ : 11 ଲକ୍ଷ ଟପିଲାଣି ମାନସିକ ନଡ଼ିଆ