କଟକ: କଟକ ଦରଘାବଜାର ଜେଲ୍ କଲୋନିରେ ଏକ ଜଘନ୍ୟ କାଣ୍ଡ ଘଟିଛି । ବାପା ଏବଂ ସାବତ ମାଆକୁ ବିଭତ୍ସ ଭାବେ ହତ୍ୟା କରିଛି ଜହ୍ଲାଦ ପୁଅ । ମୃତକ ହେଲେ ଦୀପକ ଦାସ (୫୮) ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଲିତାରାମୀ ଦାସ (୪୫) । ସେପଟେ ଏହି ଘଟଣାରେ ପୁଅ ଆଲୋକ ଦାସ ଗୁରୁତର ହୋଇ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି ।
ପୁରୀ ଜିଲ୍ଲା କାକଟପୁର ଥାନା ବନମାଳୀପୁର ଗ୍ରାମର ଦୀପକ ଦାସ କଟକରେ ଜେଲ୍ ବିଭାଗରେ ସେଲସମ୍ୟାନ୍ ଭାବେ କାର୍ୟ୍ୟରତ ଥିଲେ । କିଛି ବର୍ଷ ତଳେ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହେବା ଯୋଗୁଁ ଲୀତାରାଣୀଙ୍କୁ ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ନିଜ ପତ୍ନୀ ଏବଂ ପିଲାଙ୍କ ସହିତ ମକରାବାଗରେ ରହୁଛନ୍ତି । ବାପା ଆଲୋକଠାରୁ ଧାର ସୂତ୍ରରେ ୧୦ ଟଙ୍କା ଆଣିଥିଲେ ଏବଂ ପରେ ଦେଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୁଅ ଆଲୋକ ବାପାଙ୍କୁ ଟଙ୍କା ଦେବାକୁ ଅନ୍ୟମାନଙ୍କଠାରୁ କରଜ ଆଣିଥିଲେ । ତେଣୁ ସେହି ଲୋକମାନେ ବାରମ୍ବାର ଆଲୋକଙ୍କୁ ଟଙ୍କା ମାଗିବା ସହିତ ମାଡ଼ ମାରିଥିଲେ ଏବଂ ଧମକଚମକ ମଧ୍ୟ ଦେଉଥିଲେ ।
ଆଲୋକ ମଧ୍ୟ ବାରମ୍ବାର ଟଙ୍କା ଫେରାଇବାକୁ ବାପାଙ୍କୁ କହିଆସୁଥିଲା । ଗତକାଲି ରାତି ପ୍ରାୟ ୯ଟା ବେଳେ ବାପାଙ୍କ ନିକଟକୁ ଯାଇଥିଲେ । ପ୍ରଥମେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଆଲୋକ ସାଙ୍ଗରେ ନେଇଥିବା ଛୁରୀରେ ଆକ୍ରମଣ କରିଥିଲେ । ଦୀପକ ଏବଂ ତାଙ୍କ ପତ୍ନୀ ଲୀତାରାଣୀ ମଧ୍ୟ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାରି ନ ଥିଲେ । ଶେଷରେ ଉଭୟଙ୍କ ଆଲୋକ ନିର୍ମମଭାବେ ହତ୍ୟା କରିଥିଲା ।
ଖବର ପାଇ ଦରଘାଥାନା ବୋଲି ତୁରନ୍ତ ଘଟଣାସ୍ଥଳରେ ପହଁଚିଖିଲା । ମୃତଦେହକୁ ଜବତ କରିବା ସହିତ ଆଲୋକକୁ ଗିରଫ କରିଛି । ଆଲୋକ ମଧ୍ୟ ଆହତ ହୋଇଥିବାରୁ ବଡ଼ ମେଡ଼ିକାଲରେ ତାର ଚିକିତ୍ସା ଚାଲିଛି । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।