ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବୁଧବାର ବିଳମ୍ବିତ ରାତିରେ ସିରିଜ୍ ଚୋରି ହୋଇଥିବା ଜଣାପଡ଼ିଛି । ହଟାସାହି ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟ ତାଲା ଭାଙ୍ଗି ନଗଦ ୯୦ହଜାର ଟଙ୍କା ଲୁଟ୍ କରିଛନ୍ତି । ଏହା ସହିତ ପେଟ୍ରୋଲ ପମ୍ପର ହାର୍ଡଡିସ୍କ ଏବଂ ସିମ ମଧ୍ୟ ଚୋରି ହୋଇଯାଇଛି ।
ସେହିପରି ପ୍ରଶାନ୍ତ ହୋଟେଲ ରୁ ନଗଦ ୫୦ହଜାର ଟଙ୍କା ସହ ୪ଟି ମୋବାଇଲ ଫୋନ ଚୋରି ହୋଇଛି । ସିସିଟିଭିରେ ଚୋରିର ସମୟର ଦୃଶ୍ୟ କଏଦ ହୋଇଛି । ଚୋର ମୁହଁକୁ କପଡ଼ା ସମ୍ପୂର୍ଣ୍ଣ ଗୁଡ଼ାଇ ରଖିଥିବାରୁ ଚିହ୍ନଟ କରିବା କଷ୍ଟ ହୋଇଛି । ହାତରେ ଏକ ଛୁରି ମଧ୍ୟ ଧରିଛନ୍ତି । ହୋଇଥିବା ରଣପୁର ଥାନାରେ ଅଭିଯୋଗ ହୋଇଛି l ଘଟଣା ସ୍ଥଳରେ ରଣପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।