ପୁରୀ: ପିପିଲରୁ ଆସିଛି ଏକ ହୃଦୟ ବିଦାରକ ଓ ଲଜ୍ଜାଜନକ ଘଟଣା । ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ କରିଛି ଜଣେ ପିଶାଚ । ଉକ୍ତ ବ୍ୟକ୍ତିକୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ଗତକାଲି ପିପିଲି ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଘରେ ଥିଲେ । ତାଙ୍କ ବାପା ମାଆ ବିଲକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ଯୁବତୀଙ୍କୁ ଏକୁଟିଆ ପାଇ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣା ପ୍ରଘଟ ହେବା ଆଶଙ୍କାରେ ଯୁବକ ଜଣକ ଜନୈକା ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା ।ଏହି ସମୟରେ ପାଖ ପଡ଼ୋଶୀ ଯୁବତୀର ଚିତ୍କାର ଶୁଣି ଘର ଭିତରକୁ ଆସି ସମ୍ପୃକ୍ତ ଯୁବକକୁ କାବୁ କରି ନେଇ ଥିଲେ । ଉକ୍ତ ଯୁବକ ଜଣକ ହେଲା ସୂର୍ଯ୍ୟ ନାରାୟଣ । ତାର ବୟସ ପ୍ରାୟ ୪୦ ବର୍ଷ ହେବ ।
ଯୁବତୀଙ୍କ ପରିବାର ଲୋକ ଏ ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଉକ୍ତ ଯୁବକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ପୀଡ଼ିତାର ଡାକ୍ତରୀ ମାଇନା କରିବା ସହିତ ତାର ବୟାନ ରେକର୍ଡ କରାଯାଇଛି ।