ରେଢ଼ାଖୋଲ : ଜମିବାଡ଼ି ବିବାଦକୁ ନେଇ ଗୋଡ଼େଇ ଗୋଡ଼ଇ ହାଣିଲେ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବୁର୍ଡା ପଞ୍ଚାୟତ ବଡ଼ମାଳ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପ୍ରଫୁଲ୍ଲ ନାୟକ। ହତ୍ୟାକାଣ୍ଡ ପରେ ୩ଜଣ ଫେରାର ହୋଇଯାଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଚାଷ ଜମିରୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଖୋଜା ଖୋଜି କରୁଛି।
ସୂଚନା ଅନୁସାରେ, ପ୍ରଫୁଲ୍ଲଙ୍କ ଜମିକୁ ଲାଗି ସେହି ଗାଁର ବିଭୂତି ପ୍ରଧାନଙ୍କ ଜମି ରହିଛି। ତେଣୁ ଜମିକୁ ନେଇ ଦୁହିଁଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗିରହୁଥିଲା। ଆଉ ଆଜି ପ୍ରଫୁଲ୍ଲ ଜମିରେ ମାଟି କାମ କରୁଥିଲେ। ଏହାପରେ ବିଭୂତି ସେଠାରେ ପହଞ୍ଚି ଦୁହିଁଙ୍କ ମଧ୍ୟରେ ଜମିକୁ ନେଇ ବଚସା ହୋଇଥିଲା। ପରେ ବିଭୂତି, ତାଙ୍କ ସ୍ତ୍ରୀ, ଭାଇ ଓ ମାଆ ମିଶି ପ୍ରଫୁଲ୍ଲଙ୍କୁ ସଙ୍ଗବଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ପ୍ରଫୁଲ୍ଲଙ୍କର ମୃତ୍ୟୁ ହୋଇଛି। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ବିଭୂତି ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବଂ ହତ୍ୟାକାଣ୍ଡ ପରେ ଅନ୍ୟ ୩ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।