କଟକ: ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ମାମଲାରେ ରାୟ ଶୁଣାଇଛନ୍ତି କଟକ ଅତିରିକ୍ତ ଆଡ୍ ହକ୍ ଅଦାଲତ । ତିନି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହିତ ୩୦ ହଜାର ଲେଖାଏଁ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହା ପୀଡ଼ିତାଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୨୦୨୧ରେ କଟକ ସଦର ଥାନା ଅନ୍ତର୍ଗତ ବୟାଳିମୌଜା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ତିନି ଜଣ ଯୁବକ ପ୍ରଲୋଭନ ଦେଖାଇ ଗଣ ଦୁଷ୍କର୍ମ କରିଥିଲେ । ତିନି ଅଭିଯୁକ୍ତ ହେଲେ ମଙ୍ଗରାଜ ଭୋଇ, ଅରୁତମ ଭୋଇ ଏବଂ ଅମର ଭୋଇ । ପୀଡ଼ିତା ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏ ନେଇ ପୀଡ଼ିତାଙ୍କ ଭାଇ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଯାହାର ଆଜି ରାୟ ପ୍ରକାଶ ପାଇଛି ।