ନବରଙ୍ଗପୁର: ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ସମସ୍ତ ଆକ୍ରମଣକାରୀ ରାଇଘର ବ୍ଲକ୍ ଜୋଡ଼େଙ୍ଗା ପଞ୍ଚାୟତ ଖାଡ଼େଙ୍ଗା ଗ୍ରାମର ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରାଇଘର ବ୍ଲକ ଜୋଡ଼େଙ୍ଗା ପଞ୍ଚାୟତ ଖାଡ଼େଙ୍ଗା ଗାଁରେ ମାଘ ମାସରେ ମଣ୍ଡେଇ ଉତ୍ସବ ଚାଲିଥିଲା । ଉତ୍ସବରେ ଜମିଥିଲା ଜୁଆ ଆଡ୍ଡା । ରାଇଘର ପୋଲିସ ଏହାର ଖବର ପାଇ ଖାଡ଼େଙ୍ଗା ଗ୍ରାମରେ ଚଢ଼ଉ କରିଥିଲା । ଏହି ସମୟରେ କିଛି ଗ୍ରାମବାସୀ ପୋଲିସକୁ ଆକ୍ରମଣ କରିଥିଲେ । ଫଳରେ କିଛି ପୋଲିସ ଆହତ ହୋଇଛନ୍ତି । ଏ ନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସକୁ ଆକ୍ରମଣ ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ମାମଲାରେ ଗିରଫଦାରୀଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।
ଅଧିକ ପଢ଼ନ୍ତୁ- ଥାନାରେ ଜଣେ ବ୍ୟକ୍ତିଙ୍କୁ ପୋଲିସର ଥାର୍ଡ ଡିଗ୍ରୀ, ମହିଳା କନେଷ୍ଟେବଳକୁ ମାରି ଥିଲେ ଧକ୍କା