ନବରଙ୍ଗପୁର: ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପରିଣତ ବୟସରେ ନିଜ ସ୍ତ୍ରୀକୁ ମାଡ଼ ମାରି ହତ୍ୟା କରିଛନ୍ତି ଜଣେ ବୃଦ୍ଧ । ମୃତକ ହେଲେ ପଦେ ସାନ୍ତା (୬୦) । ଅଭିଯୁକ୍ତ ହେଲେ ଶିଉ ସାନ୍ତା (୭୦) ।
ପଦେଙ୍କ ଭଉଣୀ ସନ୍ୟାଙ୍କ ଅଭିଯୋଗ ମୁତାବକ, ଶିଉ ବିଭିନ୍ନ ସମୟରେ ସ୍ତ୍ରୀ ପଦେଙ୍କୁ ମାଡ଼ ମାରନ୍ତି । ଏ ନେଇ ଏକ ଗ୍ରାମରେ ବୈଠକ କରି ଶିଉଙ୍କୁ ବୁଝାସୁଝା କରିଥିଲେ । ଗତକାଲି ଶିଉ ପୁଣି ଥରେ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ପଦେଙ୍କ ଭଉଣୀ ସନ୍ୟା ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ମାସେ ତଳେ ମଧ୍ୟ ଶିଉ ତାଙ୍କ ସ୍ତ୍ରୀକୁ ମାଡ଼ ମାରିଥିଲେ । ଫଳରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିଲା। ପୋଲିସ ଅଭିଯୁକ୍ତ ଶିଉ ସାନ୍ତାଙ୍କୁ ଅଟକ ରଖିଛନ୍ତି ।