ପୋଲିସର ଟାର୍ଗେଟରେ କେବିଏନ ଗ୍ରୁପ, ମାଷ୍ଟରମାଇଣ୍ଡ ବୁବୁ ଜେନାର ଜିପ୍ ଜବତ
Khabar Odisha:kbn-gropu-vehicle-seized
ଭୁବନେଶ୍ୱର, ନଭେମ୍ବର ୨୧(ଖବର ଓଡିଶା):

ଗତ କିଛି ଦିନ ହେଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି କେବିଏନ୍ ଗ୍ରୁପ । ଲୋକଙ୍କୁ ଆତଙ୍କିତ କରିବାକୁ ଖଣ୍ଡା, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ କରୁଛି କେବିଏନ ଗ୍ରୁପ । ତେବେ ଏହି ଗ୍ରୁପର ମାଷ୍ଟରମାଇଣ୍ଡ ବୁବୁ ଜେନାର ଏକ ଜିପକୁ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ଜିପରେ କେବିଏନ ଗ୍ରୁପର ସଦସ୍ୟମାନେ ବିଭିନ୍ନ ଭିଡିଓ କରିଥିଲେ । 

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରିଥିଲେ । ବୁବୁକୁ ଧରିବା ପାଇଁ ସବୁ ଆଡେ ଯାଞ୍ଚ କରିଥିଲେ । ତେବେ କେବିଏନ ଗ୍ରୁପର ଆଡ୍ଡା ସ୍ଥଳ ପାୱାର ହାଉସ ଛକ, ବ୍ରିଟ କଲୋନୀ ଓ ଖଣ୍ଡଗିରିରେ ଚଢାଉ କରିଥିଲେ । ହେଲେ ଘାଟିକିଆ ଦତ୍ତାତ୍ରେୟ ଆପାର୍ଟମେଣ୍ଟ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ଏହି ଜିପ୍‌କୁ ଠାବ କରିଥିଲେ । 

ପରିତ୍ୟକ୍ତ ସ୍ଥାନ ହୋଇଥିଲେ ବି ସେମାନେ ଏହି ଜିପକୁ ପଲିଥିନି ଘୋଡାଇ ରଖିଥିଲେ । ହେଲେ ବୁବୁ ଜେନା ଓ ତାର ୨୦ ଜଣ ସହଯୋଗୀ ଏବେ ବି ଫେରାର ଅଛନ୍ତି । ଏହାସହିତ ଉକ୍ତ ଆପାର୍ଟମେଣ୍ଟ ଓ ଆଖପାଖ ଅଞ୍ଚଳରେ ପୋଲିସ ଛାନଭିନ୍ ଜାରି ରଖିଛି । 

  • Tags:

Subscribe

National International State Sports Entertainment