ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି l ସ୍ତ୍ରୀର ପ୍ରେମିକକୁ ହତ୍ୟା କରିବା ପରେ ଥାନା ଆତ୍ମସମର୍ପଣ କରିଛି ସ୍ୱାମୀ । ମୃତକ ଜଣେ ହେଲ ନୂଆଗାଁ ଗ୍ରାମର ରତନ ପ୍ରଧାନ (୫୦) । ଅଭିଯୁକ୍ତ ଜଣକ ହେଲେ ପଞ୍ଚାନନ ସୁହୁଳା (୫୦) l
ପୋଲିସର ସୂଚନା ମୁତାବକ, ମୃତକ ରତନ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା । ତାକୁ ହତ୍ୟା କରିବା ପାଇଁ ରତନ ଘରକୁ ଆସିଥିବା ବେଳେ ପଞ୍ଚାନନ ପାଲଟା ଆକ୍ରମଣ କରିଥିଲା । ରତନର ବେକ କାଟି ହତ୍ୟାକରିଥିଲା ପଞ୍ଚାନନ ହତ୍ୟା କରିବା ପରେ ଘରର କବାଟ ବନ୍ଦ କରି ସିଧା ଥାନାରେ ଆତ୍ମସମର୍ପଣ କରିଥିଲା । ପୋଲିସ ମୃତଦେହକୁ ଜବତ କରି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।