ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ମହିଳାଙ୍କୁ ଅସଦାଚାରଣ କରିବା ଅଭିଯୋଗରେ କ୍ରିକେଟ୍ ବ୍ୟାଟରେ ପିଟି ଶ୍ବଶୁରଙ୍କ ଜୀବନରୁ ମାରି ଦେଇଛନ୍ତି ମହିଳା । ପୋଲିସ୍ ସୂଚନା ଅନୁସାରେ ଏହି ହତ୍ୟାକାଣ୍ଡ କବି ନଗର ଅଞ୍ଚଳରେ ଘଟିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବୋହୂଙ୍କୁ ପୋଲିସ ଗିରଫ କରିଛି।
ପୋଲିସର ସୂଚନା ମୁତାବିକ ମୃତ୍ୟୁବରଣ କରିଥିବା ବୃଦ୍ଧ ଜଣକ ହେଉଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ। ଗତ ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ତେବେ ଧରାପଡିବା ପରେ ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ୍ ଦେଇଛି ଅଭିଯୁକ୍ତ ବୋହୂ। ବୋହୂଙ୍କ କହିବା ମୁତାବିକ, ୪ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଶ୍ୱଶୁର ସର୍ବଦା ତାଙ୍କ ଉପରେ ଖରାପ ଦୃଷ୍ଟିରେ ପକାଉଥିଲେ। ଏପରିକି ଘଟଣା ଦିନ ସେ ଘରେ ପୋଛା ଲଗାଉଥିବା ବେଳେ ତାଙ୍କ ସହ ଅସଦାଚରଣ କରିଥିଲେ, ଯେଉଁଠି ପାଇଁ ରାଗରେ ରକ୍ତମୁଖା ପାଲଟିଯାଇଥିଲେ ବୋହୂ ।
ଅଧିକ ପଢନ୍ତୁ: ଜୟପୁରରେ ଜଘନ୍ୟ ହତ୍ୟାକାଣ୍ଡ; ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଦେଲା, ହତ୍ୟା ପରେ ବସ୍ତାରେ ଶବକୁ ନେଇ ବାଇକରେ ବୁଲିଲା
କ୍ରିକେଟ୍ ବ୍ୟାଟରେ ତାଙ୍କୁ ପ୍ରଥମେ ଆଘାତ କରିବା ପରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ ଶ୍ୱଶୁର। ହେଲେ ବାହାରକୁ ଚାଲିଯିବାକୁ ଚେଷ୍ଟା କରିବା ବେଳେ ତାଙ୍କ ସାର୍ଟକୁ ଧରି ୫ଥର ମୁଣ୍ଡରେ କ୍ରିକେଟ୍ ବ୍ୟାଟରେ ପିଟି ଚାଲିଥିଲେ ଅଭିଯୁକ୍ତ ମହିଳା, ଏହାପରେ ଶ୍ବଶୁର ପତିରାମ ତଳେ ପଡ଼ିଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ କହିଛି ।
ମୃତ୍ୟୁ ପରେ ସ୍ଥାନକୁ ସଫା କରି ରକ୍ତ ଦାଗ ପୋଛିଦେବା ସହ ସବୁ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ପୋଷାକ ବଦଳାଇ ଦେଇଥିଲେ ଏବଂ ବ୍ୟାଟକୁ ଲୁଚାଇ ରଖିଥିଲେ । ଏହାପରେ ନିଜେ ଗାଧେଇବା ପରେ ପିଲାଙ୍କ ପାଇଁ ରୋଷେଇ କରି ପିଲାଙ୍କ ସହ ମିଶି ଖାଦ୍ୟ ଖାଇଥିଲେ।
ଅଧିକ ପଢନ୍ତୁ: ମର୍ଚ୍ଚାଣ୍ଟ ନେଭି ଅଫିସରଙ୍କୁ ବିଭତ୍ସ ହତ୍ୟା; ଶବକୁ ୧୫ ଖଣ୍ଡ କରି ପ୍ଲାଷ୍ଟିକ୍ ଡ୍ରମରେ ପୂରାଇ ପ୍ଲାଷ୍ଟର କଲା ପତ୍ନୀ