କଟକ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଏସିସିବି ମେଡିକାଲର ଡାଟା ଏଣ୍ଟ୍ରି ଅପରେଟର୍ । ଅସ୍ଥାୟୀ ଠିକା ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଭିଜିଲାନ୍ସ ଧରିଛି । ଜଣେ ଗରିବ ରୋଗୀର ଚିକିତ୍ସା ପାଇଁ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଛି । ହେପାଟାଇଟିସ୍ ରୋଗରେ ପୀଡ଼ିତ ବାପା ପାଇଁ ପୁଅ ଔଷଧ ଦେବାକୁ କହିବାରୁ ସେ ଲାଞ୍ଚ ମାଗିଥିଲେ । ମାତ୍ର ହେପାଟାଇଟିସ୍ ଔଷଧ ରୋଗୀଙ୍କ ପାଇଁ ମାଗଣାରେ ଉପଲବ୍ଧ ରହିଛି । କିନ୍ତୁ ସ୍ମୃତି ରଞ୍ଜନ ସାହୁ ଲାଞ୍ଚ ମାଗିବାରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଏହା ପରେ ତାଙ୍କର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଛି ।