ପଞ୍ଚକୁଲା: ହରିୟାଣାର ପଞ୍ଚକୁଲାର ବୁର୍ଜକୋଟିଆ ରୋଡ୍ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜଣେ ଯୁବତୀଙ୍କ ସମେତ ୩ ଜଣ ଯୁବକଙ୍କୁ ହତ୍ୟା କରାଯାଇଛି। ଭୋର ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି। ମୃତକମାନେ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ୨୦ ବର୍ଷୀୟା ଯୁବତୀଙ୍କ ସହ ଦୁଇ ଜଣ ଯୁବକ ଜନ୍ମଦିନ ପାଳନ କରିବାକୁ ସୁଲତାନତ ରେଷ୍ଟୁରାଣ୍ଟରେ ଅଟକିଥିଲେ। ୩ ଜଣ ଯୁବକ ଏକ ଇଟିଓସ୍ କାର୍ରେ ଆସି ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଭୋର୍ ପ୍ରାୟ ସାଢ଼େ ୩ଟାରେ ପୁଲିସ କଣ୍ଟ୍ରୋଲ ରୁମ୍ରେ ଏହି ଘଟଣା ଘଟିଥିଲା। ପୁଲିସ ୩ଟି ମୃତଦେହକୁ ଶବ ଗୃହରେ ରଖିଛି। ରାତିରେ କୌଣସି କଥାକୁ ନେଇ ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ତିନିଜଣଙ୍କୁ ହତ୍ୟା କରାଯାଇଛି।
ପୁଲିସ ଟିମ୍ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିବାରେ ଲାଗିଛି। ମୃତକଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ରହିଛି। ମୃତ ଭିକିଙ୍କ ଦେହରେ ୭ରୁ ୮ଟି ଗୁଳି ବାଜିଛି। ପୁଲିସ ଏହି ମାମଲାକୁ ପୁରୁଣା ଶତ୍ରୁତା ଭାବେ ବିଚାର କରୁଛି।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପଞ୍ଚକୁଲା ଡିସିପି ହିମାଦ୍ରି କୌଶିକ ସିଭିଲ ହସ୍ପିଟାଲରେ ପହଞ୍ଚିଥିଲେ। ମୃତ ଭିକି ତାଙ୍କ ସାଙ୍ଗ ଓ ପୁତୁରାଙ୍କ ସହ ପାର୍କିଂ ସ୍ଥଳରେ ଠିଆ ହୋଇଥିଲେ। ଏହି ସମୟରେ ଏକ ଇଟିଓସ୍ କାର୍ ଆସିଥିଲା ଏବଂ ସେଥିରୁ ୩ ଜଣ ଯୁବକ ବାହାରକୁ ଆସିଥିଲେ। ସେମାନେ ପିସ୍ତଲରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ତିନି ଜଣଙ୍କୁ ଗୁଳି ବାଜିବାରୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଧିକ ପଢ଼ନ୍ତୁ: ବିକ୍ଷୋଭ ପ୍ରଦର୍ଶନ କରିଥିବା ଅଭିଯୁକ୍ତଙ୍କୁ ମିଳିଲା ଜାମିନ