ନୂଆଦିଲ୍ଲୀ: ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚୋରି ଏବଂ ଠକେଇ ପାଇଁ ମଧ୍ୟ ମସ୍ତିଷ୍କର ଆବଶ୍ୟକତା ରହିଛି। ଏହାର ସଦ୍ୟତମ ଉଦାହରଣ ହରିୟାଣାର ରେଓ୍ଵାରି ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ଚୋରମାନେ ଏକ ସ୍ଥାନୀୟ ବ୍ୟାଙ୍କକୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନଙ୍କ ଉଦ୍ୟମ ବିଫଳ ହୋଇଥିଲା। ପ୍ରକୃତରେ ଚୋରମାନେ ବ୍ୟାଙ୍କରୁ ଏଟିଏମ୍ ମେସିନ୍ ଚୋରି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜ୍ଞାନ ଅଭାବରୁ ପାସ୍ ବୁକ୍ ପ୍ରିଣ୍ଟିଂ ମେସିନ୍ ଚୋରି କରି ନେଇଥିଲେ।
ଶନିବାର ରାତିରେ କୋସଲି ସହରରେ ଦୁର୍ବୃତ୍ତମାନେ ଟଙ୍କା କିମ୍ବା ମୂଲ୍ୟବାନ ଜିନିଷ ଚୋରି କରିବା ଉଦ୍ଦେଶ୍ୟରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ପଶିଥିଲେ। ତେବେ ଚୋରମାନେ ମେସିନ୍ ନେଇ ସେମାନଙ୍କ ଆଶ୍ରୟସ୍ଥଳରେ ପହଞ୍ଚିବା ପରେ ଏହା ପାସ୍ ବୁକ୍ ପ୍ରିଣ୍ଟିଂ ମେସିନ୍ ବୋଲି ଜଣାପଡ଼ିଥିଲା। ଚୋରମାନେ ମେସିନରୁ କିଛି କାଗଜପତ୍ର, ପ୍ରିଣ୍ଟର, ବ୍ୟାଟେରୀ ଓ ଅନ୍ୟାନ୍ୟ ଉପକରଣ ପାଇଥିଲେ।
ବାସ୍ତବରେ ବ୍ୟାଙ୍କର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାଧୀମାନେ ଝରକା ଗ୍ରିଲ କାଟି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଷ୍ଟ୍ରଙ୍ଗରୁମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନଙ୍କ ଉଦ୍ୟମ ବିଫଳ ହୋଇଥିଲା। ନିରାଶ ହୋଇ ଚୋରମାନେ ସିସିଟିଭି କ୍ୟାମେରାର ତାର ଭାଙ୍ଗି ୩ଟି ପ୍ରିଣ୍ଟର, ୪ଟି ବ୍ୟାଟେରୀ ଓ ଗୋଟିଏ ଡିଭିଆର ଚୋରି କରି ନେଇଥିଲେ।
ପରଦିନ ସକାଳେ ସ୍ଥାନୀୟ ଗ୍ରାମବାସୀ ଏହି ଚୋରି ବିଷୟରେ ଜାଣିବା ପରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ ଏକ ମାମଲା ରୁଜୁ କରି ଚୋରମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି। ଏହାପରେ ପୁଲିସ ବ୍ୟାଙ୍କ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି।
ଅଧିକ ପଢ଼ନ୍ତୁ: ଥଣ୍ଡା-କୁହୁଡ଼ି ମଧ୍ୟରେ ଆରମ୍ଭ ହେବ ନୂଆବର୍ଷ