ଭୁବନେଶ୍ୱର: ଆମେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତାଙ୍କ ପୁଅ ବୋହୂ । ଆମକୁ ଟଙ୍କା ଦିଅ ସବୁ କାମ ହୋଇଯିବ ବୋଲି କହି ଲୋକଙ୍କୁ ଚୂନ ମାରୁଥିବା ହାଇପ୍ରୋଫାଇଲ୍ ଲେଡି ଠକ ଏବଂ ଜଣେ ଯୁବକଙ୍କୁ ଗିରଫ କରିଛି ଭୁବନେଶ୍ୱର ଇନଫୋସିଟି ପୋଲିସ । ସେ ହେଲେ ପଟିଆ ଅଞ୍ଚଳରେ ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ।
ହଂସିତା ଓ ଅନୀଲ ମହାନ୍ତି ନିଜକୁ ସ୍ୱାମୀ ସ୍ତ୍ରୀ ବୋଲି ଲୋକଙ୍କୁ ପରିଚୟ ଦେଉଥିଲେ । ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ଓ ବୋହୂର ପରିଚୟ ଦେଉଥିଲେ । ଅଟକିଥିବା କାମ କରାଇ ଦେବାକୁ କହି ବଡ଼ ବଡ଼ ବିଲଡର୍ସ ଏବଂ ଖଣି ବ୍ୟବସାୟୀଙ୍କ ଠାରୁ ଲୁଟୁଥିଲେ ।
ଏମିତିକି ପୂର୍ବତନ ସିଏଜି, ମୁଖ୍ୟ ଶାସନ ସଚିବଙ୍କ ଫଟୋକୁ ଏଡ଼ିଟ୍ କରି ନିଜ ଫଟୋ ଯୋଡ଼ି ଲୋକଙ୍କୁ ଦେଖାଉଥିଲେ । ଟେଣ୍ଡର ପାସ କରାଇଦେବାକୁ କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଛନ୍ତି । ଏନେଇ ଜଣେ ଖଣି ମାଲିକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।