ଡକାୟତି ଯୋଜନା ଚାଲିଥିବାବେଳେ ମାଡିବସିଲା ପୋଲିସ । ଘଟଣାସ୍ଥଳରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ଇନଫୋସିଟି ଥାନା ପୋଲିସ । ସେମାନଙ୍କୁ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଇନଫୋସିଟି ଥାନା ଅଧୀନ ପଟିଆ ଷ୍ଟେସନ୍ ରୋଡ଼ରେ ଥିବା ଖେଳପଡିଆ ଗେଟ୍ ନିକଟରେ ୫ ଜଣ ଡକାୟତ ଡକାୟତି ଯୋଜନା କରୁଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ଓ ରାସ୍ତାରେ ଯାତାୟାତ କରୁଥିବା ପଥିକ ମାନଙ୍କୁ ଡକାୟତି କରିବା ନିମନ୍ତେ ମାରଣାସ୍ତ୍ର ରଖି ଘଟଣା ସ୍ଥଳରେ ଏକତ୍ରିତ ହୋଇଥିଲେ ଡକାୟତ ଗ୍ୟାଙ୍ଗ । ବିଶେଷସୂତ୍ରରୁ ଖବରପାଇ, ଇନଫୋସିଟି ଥାନାଧିକାରୀଙ୍କ ନର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ପୋଲିସ ଟିମ୍ ଅତର୍କିତ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ରୋମି ନାୟକ, କାର୍ତ୍ତିକ ବେହେରା ଓରଫ ଦଶାଇ, ଜିତେନ୍ଦ୍ର ସାମଲ, ଏସ୍.କେ ଇସଲାମ ଓରଫ କଦମ, କେ. ଶିବାଜୀ ।
ଅଭିଯୁକ୍ତଙ୍କର ତଲାସି ବେଳେ ପୋଲିସ ସେମାନଙ୍କ ଠାରୁ ଦୁଇଟି ଲୁହା ରଡ୍, ଦୁଇଟି ବଡ କାତି, ଗୋଟେ ଛୁରୀ, ଗୋଟେ ପ୍ୟାକେଟ୍ ଲଙ୍କା ପାଉଡର ଜବତ କରିଛି । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଛନ୍ତି ଏବଂ ସେମାନଙ୍କ ନାଁ ରେ ପୂର୍ବରୁ ଅନେକ ଥାନାରେ ମାମଲା ରହିଥିବା ଜଣାପଡିଛି । ଅପରାଧୀ ମାନଙ୍କ ନାଁ ରେ ଦଫା ୧୧୦ ରେ କେସ ରୁଜୁ କରି କୋର୍ଟଚାଲାଣ କରିଛି ପୋଲିସ ।
ଅଧିକ ପଢ଼ନ୍ତୁ : ପରିବାରିକ କଳହରୁ ମା'କୁ ପୋଡି ଦେଲା ପୁଅ