ସଞ୍ଜୟ ରାଉତଙ୍କ ପାଇଁ ବଢିଲା ଅଡୁଆ, ନିଜ ହେପାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆଦିଲ୍ଲୀ, ଜୁଲାଇ ୩୧(ଖବର ଓଡିଶା): Share story: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପାଇଁ ବଢିଲା ଅଡୁଆ । ସଞ୍ଜୟଙ୍କୁ ନି ଜ ହେପାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରବିବାର ପ୍ରାୟ ୯ ଘଣ୍ଟା ଧରି ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ପଚରାଉଚରା କରିଥିଲା । ତଦନ୍ତକାରୀ ସଂସ୍ଥା ରବିବାର ସକାଳେ ସଞ୍ଜୟଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚିଥିଲା । ରାୱତ ୧୦୩୪ କୋଟି ଟଙ୍କାର ପାତ୍ରା ଚଲ୍ ଦୁର୍ନୀତି ମାମଲାରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୟ ରାଉତଙ୍କୁ ଦୁଇ ଥର ସମନ ଜାରି କରିଥିବା ବେଳେ ସେ ହାଜର ହୋଇନଥିଲେ । ସେହିପରି ସଞ୍ଜୟଙ୍କୁ ପୂର୍ବରୁ ଜୁଲାଇ ୧ ତାରିଖରେ ଇଡି ପଚରାଉଚରା କରିଥିଲା । ପରେ ଜୁଲାଇ ୨୦ ଓ ୨୭ରେ ନୋଟିସ ହୋଇଥିଲା । ହେଲେ ସେ ନିଜ ଓକିଲ ମାଧ୍ୟମରେ ସଂସଦ ଅଧିବେଶନ କାରଣରୁ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ । ଖବର ଓଡ଼ିଶା, Reporter, 31/07/2022