ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ଦେଶକୁ ସ୍ତବ୍ଧ କରି ଦେଇଥିବା ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ମେଘାଳୟ ପୋଲିସର ଏକ ଦଳ ଗାଜପୁର ପହଞ୍ଚି ସାରିଛି । ଗାଜିପୁରରେ ସୋନମର ଡାକ୍ତରୀ ପରୀକ୍ଷା କରାଯାଇଛି । ଏହା ପରେ ମେଘାଳୟ ପୋଲିସ କୋର୍ଟଙ୍କ ମଞ୍ଜୁରୀ କ୍ରମେ ସୋନମଙ୍କି ତିିନି ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ସିଲଙ୍ଗ ଯିବ ।
ସୂଚନା ଅନୁଯାୟୀ, ସୋମବାର ମେଘାଳୟର ପୋଲିସର ଏକ ଟିମ୍ ଗାଜିପୁରର ସଖି ୱାନ ସେଣ୍ଟର ପହଞ୍ଚିଛି । ଏଠାରେ ସୋନମ ରଘୁବଂଶୀଙ୍କୁ ରଖାଯାଇଛି । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ତିନି ଅଭିଯୁକ୍ତ ହେଉଛନ୍ତି ରାଜ କୁଶବାହ, ଆକାଶ ରାଜପୁତ ଓ ବିଶାଲ ସିଂ ଚୌହାନ ।
ଗାଜିପୁରରେ ମେଘାଳୟ ପୋଲିସ ସୋନମଙ୍କ ଡାକ୍ତରୀ ପରୀକ୍ଷା କରାଇଛି । ଏହା ପରେ ସୋନମଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅଦାଲତ ତିନି ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ସୋନମଙ୍କୁ ମେଘାଳୟ ନେବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଶୀଘ୍ର ସୋନମଙ୍କୁ ଧରି ମେଘାଳୟ ପୋଲିସ ସିଲଙ୍ଗ ନେଇକି ଯିବ ।
ରାଜା ରଘୁବଂଶୀ ହତ୍ୟକାଣ୍ଡରେ ସିଲଙ୍ଗ ପୋଲିସକୁ ତିନି ଅଭିଯୁକ୍ତ ରାଜ କୁଶୱାହ, ଆକାଶ ରାଜପୁତ ଓ ବିଶାଲ ସିଂ ଚୌହାନଙ୍କୁ ମେଘାଲୟ ନେଇଯିବା ପାଇଁ ସାତ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡ ମିଳିଛି । ଅତିରିକ୍ତ ଡିସିପି(କ୍ରାଇମ) ରାଜେଶ ଦଣ୍ଡୋତିଆ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ସିଜେଏମ ଜଜଙ୍କ କୋର୍ଟରେ ହାଜର କରାଗଲା । ସିଲଙ୍ଗ ପୋଲିସକୁ ତିନି ଅଭିଯୁକ୍ତଙ୍କୁ ୭ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି ।
ରାଜା ରଘୁବଂଶୀ ହତ୍ୟକାଣ୍ଡ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ମୃତକ ରାଜାରଘୁବଂଶୀଙ୍କ ମୁଣ୍ଡରେ ଦୁଇଟି ଆଘାତ ଲାଗିଛି । ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି ।