ଶନିବାର ସଂଧ୍ୟାରେ ବିଶେଷ ସୂତ୍ରରୁ ସୂଚନା ପାଇ ଜୟପୁର ସଦରଥାନା ପୁଲିସ ଗାଗନାପୁର ବାଲୁଙ୍କେଶ୍ୱର ଶିବ ମନ୍ଦିର ପଛ ପାର୍ଶ୍ୱରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ୪ଜଣ ଅଭିଯୁକ୍ତଙ୍କୁ ଧରିଛି । ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ୪ଅଭିଯୁକ୍ତଙ୍କୁ ପଚାରାଉଚାରା ବେଳେ ଆଉ ଜଣେ ଅଭିଯୁକ୍ତଙ୍କ ସଂପର୍କରେ ବି ସୂଚନା ଦେଇଥିଲେ । ଏମାନଙ୍କ ନିକଟରୁ ଗୋଟିଏ ୟୁଏସଏରେ ତିଆରି ବନ୍ଧୁକ, ୭.୬୫ଏମଏମର ୨ଟି ଜୀବନ୍ତ ଗୁଳି, ଖଣ୍ଡା ଓ ଛୁରୀ , ୫ଟି କଳାମାସ୍କ, ୪ଟି ସ୍ମାର୍ଟ ମୋବାଇଲ ଫୋନ, ୨ଟି ବାଇକ ଏବଂ ଧଳା ରଂଗର କାର ଜବତ କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ।
ସୂଚନା ଅନୁଯାୟୀ, ରବିବାର ସଂଧ୍ୟାରେ ଜୟପୁର ସଦରଥାନା ଅର୍ନ୍ତଗତ ଗାଗନାପୁର ଶିବ ମନ୍ଦିର ପଛ ପାର୍ଶ୍ୱରେ କାର ଓ ବାଇକ ଆଦି ରଖି କିଛି ଜଣ ଡକାୟତି କରିବା ଯୋଜନା କରୁଥିବା ସୂଚନା ପାଇଥିଲା ପୋଲିସ । ସେଠାରେ ଅଚାନକ ଚଢ଼ାଉ କରିବା ପରେ ସେଠାରୁ ଅଭିଯୁକ୍ତ ସିଆଡିମାଳ ଗାଁର ଶିବ ମୁଦୁଲି, ସୁନିଲ ହରିଜନ, କୌଳାଶ ଦଣ୍ଡସେନା ଓ ନନ୍ଦଗୁଡାର ସନ୍ତୋଷ ବାଘକୁ ଧରିଥିଲେ। ପୁଲିସ ଚଢ଼ାଉ ବେଳେ ସେଠାରୁ ଜଣେ ଖସି ପଳାଇଥିଲେ। ଖସି ପଳାଇଥିବା ବ୍ୟକ୍ତି ଜଣକ କୁନ୍ଦ୍ରା ଥାନା ଅଞ୍ଚଳ ର ବାବୁ ଓରଫ ବିନୋଦ ବାରିକ । ଅଭିଯୁକ୍ତ ଶିବ, ସୁନିଲ, କୌଳାଶ ଓ ସନ୍ତୋଷକୁ କୋର୍ଟକୁ ଚାଳାଣ କରାଯାଇଥିବା ବେଳେ କୋର୍ଟ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତ ଜୟପୁର ସ୍ୱତନ୍ତ୍ର କାରାଗାରକୁ ପଠାଇଥିବା ସୂଚନା ମିଳିଛି । ଫେରାର ଅଭିଯୁକ୍ତ ବିନୋଦ ଗୋଟିଏ ପେସାଦାର ଅପରାଧି ହୋଇଥିବା ବେଳେ ତା ନାଁରେ ଅନ୍ୟ କିଛି ଅପରାଧିକ ମାମଲା ରହିଛି ।
ଅଧିକ ପଢ଼ନ୍ତୁ : ଗୃହଯୁଦ୍ଧ ହିଂସା ନିଆଁରେ ହାଇତି