ରାଜ୍ୟରେ ଥମୁନି ଲଜ୍ୟା : କାମ ଯୋଗାଇ ଦେବାର ଆଳ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
Khabar Odisha:One-more-rape-case-from-Odisha-Women-get-raped-in-sonepur

ସୋନପୁର, ଜାନୁଆରୀ ୧୯ (ଖବର ଓଡ଼ିଶା) : ଗତ କିଛି ଦିନ ହେବ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମର ଖବର ସାମ୍ନାକୁ ଆସୁଛି । ପ୍ରତିଦିନ ରାଜ୍ୟରେ ମହିଳା ମାନେ ଦୁଷ୍କର୍ମ ଓ ଅତ୍ୟାଚାରର ଶିକାର ହେଉଛନ୍ତି ।

ବତର୍ମାନ ସୁବର୍ଣ୍ଣପୁରରୁ ଆସିଛି ସେହି ଲଜ୍ଜ୍ୟାକର ଖବର । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅଞ୍ଚଳରେ ଜଣେ ଯବୂତୀଙ୍କୁ କାମ ଯୋଗାଇ ଦେବାର ଲୋଭ ଦେଖାଇ ତାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ସୋପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ସର୍କିଟ ହାଉସରେ କାମ ଖାଲି ଅଛି ବୋଲି କହି ଯୁବତୀ ଜଣଙ୍କୁ ଡାକି ନେଇ ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍ ନିକଟସ୍ଥ ଜିଲ୍ଲା ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ତାଙ୍କ ସହିତ ଦୁର୍ଷ୍କମ ହୋଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ଏନେଇ ସୋନପୁର ଥାନାରେ ଯୁବତୀଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଲିଖିତ ଭାବରେ ଅଭିଯୋଗ କରାଯିବା ପରେ ପୋଲଇସ୍ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment