କଟକ: ପାରୋଲରେ ଆସି ଚମ୍ପଟ ମାରିଥିବା ଜଣେ କଏଦୀ ଦୀର୍ଘ ୯ ବର୍ଷ ଗିରଫ କରିଛି କଟକ କମିଶନରେଟ୍ ପୋଲିସ । ସେ ହେଲେ ସାଜିଦ ଖାନ । ତାଙ୍କୁ ପଞ୍ଜାବର ଅମୃତସରରୁ ଗିରଫ କରାଯାଇଥିବା କଟକ ଡିସିପି ଋଷିକେଶ ଖିଲାରୀ ।
୨୦୦୮ରେ ଏକ ମହିଳାଙ୍କ ହତ୍ୟା ମାମଲାରେ ସାଜିଦ ଖାନ ଦୋଷୀ ସାବ୍ୟସ୍ତ ହୋଇ ଚୌଦ୍ୱାର ଜେଲରେ ସଜା କାଟୁଥିଲା । ଗତ ୨୦୧୭ରେ ୭ ଦିନିଆ ପାରୋଲ୍ରେ ଆସିବା ପରେ ଚମ୍ପଟ୍ ମାରିଥିଲା । ଏହା ପରେ ୨୫ ଡିସେମ୍ବର ୨୦୨୫ରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ଥାନାରେ ଏକ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ଏହାରି ମଧ୍ୟରେ ସାଜିଦ ବାରମ୍ବାର ଠିକଣା ବଦଳାଇଥିଲା । ସାଜିଦ ଯାଜପୁରରେ ଥିବା କମିଶନରେଟ୍ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ସାଜିଦ ଯାଜପୁରରୁ ମଧ୍ୟ ଫେରାର ହୋଇଯାଇଥିଲା । ସେ ପଞ୍ଜାବରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ ସେ ନିଜର ପରିଚୟ ବଦଳାଇଥିଲା । ସାଜିଦ ନିଜର ନାଁକୁ ଫୟାଜ ଖାନରେ ବଦଳାଇ ଦେଇଥିଲା । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅମୃତସରରେ ପଇଁତରା ମାରିଥିଲା । ଦୀର୍ଘ ସାତ ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ସାଜିଦ ଧରିବାରେ ପୋଲିସ ଟିମ୍ ସଫଳ ହୋଇଥିଲା ।
ତେବେ ଏଠାରେ ପ୍ରଶ୍ନ ଉଠୁଛି କଏଦୀ ୨୦୧୭ ମସିହାରୁ ଫେରାର ହୋଇଥିବାବେଳେ କାହିଁକି ୮ ବର୍ଷ ପରେ ଜେଲ୍ କର୍ତ୍ତୃପକ୍ଷ ୨୦୨୫ରେ କାହିଁକି ଏତଲା ଦେଲେ । ଦୁଇ ଜଣ ବିହାରୀ କଏଦୀ ଫେରାର ହେବା ପରେ ଜେଲରେ ଖୋଲତାଡ଼ କରିବା ପରେ ଜଣେ କଏଦୀ ପାରୋଲରେ ଯାଇ ଆଉ ଫେରି ନ ଥିବା ଜଣାପଡ଼ିଲା । ଯାହା ପରେ ଜେଲ୍ କର୍ତ୍ତୃପକ୍ଷ ଏତଲା ଦେଇଥିଲେ ।