ନାରୀ ଆଜିବି ସୁରକ୍ଷିତ ନୁହଁ । ଆମ ଦେଶ ସ୍ବାଧୀନ ହେଇଗଲାଣି ସତ ହେଲେ ନାରୀ ଆଜି ବି ଅସୁକ୍ଷିତ ସେ ଦିନରେ ହେଉ କି ରାତି ସେ ବୃଦ୍ଧା ହେଉକି ଶିଶୁ ନାରୀ ସବୁବେଳେ ଅସୁରକ୍ଷିତ । ଆମେ ନାରୀକୁ ସମ୍ମାନ ଦେବା ଉଦ୍ଧେଶ୍ୟରେ ମହିଳା ଦିବସ ପାଳୁଛେ ସତ କିନ୍ତୁ ମହିଳାଙ୍କୁ ସମ୍ମାନ ଦେବା ଭୁଲିଯାଉଛେ । ତେବେ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ନିନ୍ଦନୀୟ ଘଟଣା । ଜଣେ ମହିଳାଙ୍କ ସହିତ ହୋଇଛି ଅସଦାଚରଣ ।
ସୂଚନା ମୁତାବକ ମହିଳା ଜଣକ ଘରେ ଥିବା ବେଳେ ଉତ୍ତମ ବେହେରା ନାମକ ଜଣେ ବ୍ୟକ୍ତି ତାଙ୍କୁ ପୁଅ ନାମରେ ମିଛ କହି ତାଙ୍କୁ ଗ୍ରାମର ଏକ ସ୍ଥାନକୁ ଡାକିଥିଲେ । ସେଠାକୁ ଗଲାପରେ ତାଙ୍କ ପୁଅକୁ ନପାଇ ସେ ବ୍ୟସ୍ତ ହୋଇ ପଡିଲେ । ତାପାରେ ଅଭିଯୁକ୍ତ ଉତ୍ତମ ବେହେରା ସୁଯୋଗ ଦେଖି ସୁଯୋଗର ଫାଇଦା ଉଠେଇଥିଲା । ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସହିତ ଅସାଦାଚରଣ କରିଥିଲା । ତାପରେ ମହିଳା ଜଣଙ୍କ ଚିତ୍କାର କରିବା ପରେ ମହିଳଙ୍କ ପାଟିରେ ହାତ ପୂରାଇ ମୁଣ୍ତକୁ ବାରମ୍ବାର ତଳେ ବାଡାଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲା । ତାପରେ ମହିଳା ଜଣଙ୍କ ସେଠାରୁ ଖସି ପଳାଇଆସିଥେଲେ ।
ବୃଦ୍ଧାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ସେଠାକୁ ଆସି ଦେଖିଲା ବେଳକୁ ବୃଦ୍ଧା ଜଣଙ୍କ ପାଟିଟି ଆଘାତ ହୋଇଛି । ଏହା ସବୁକଥା ଶୁଣିଲା ପରେ ବୃଦ୍ଧାଙ୍କୁ ନେଇ କମର୍ଦ୍ଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତକୁ ପାଇବା ପରେ କମର୍ଦ୍ଦା ଥାନ ଅଧିକାରୀଣୀ ଗ୍ରାମରଖି ବିଜୟ ସିଂଙ୍କୁ ଘଟଣା ସ୍ଥଳକୁ ପହଂଚିବା ପାଇଁ କହିଥିଲେ । ତେବେ ଗ୍ରାମରଖି ଏକୁଟିଆ ଅଭିଯୁକ୍ତକୁ ସାଥିରେ ନେଇ ଆସୁଥିବା ସମୟରେ ଅଭିଯୁକ୍ତକୁ ଫେରାର କରିଦେଇଥିବା ଅପଭିଯୋଗ ଆଣିଛନ୍ତି ଗ୍ରାମବାସୀ । ତେବେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ କମର୍ଦ୍ଦା ପୋଲିସକୁ 4 ଘଣ୍ଟା ଅଟକ ରଖିଥେଲେ ସ୍ଥାନୀୟ ।