ବେଙ୍ଗାଲୁରୁ: ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କୁ ଜଣେ ମହିଳା ଏବଂ ତାଙ୍କର ପୁରୁଷ ବନ୍ଧୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କ ପୁରୁଷ ବନ୍ଧୁ ବ୍ୟକ୍ତିଙ୍କ ପେଟ ତଥା ଶରୀରର ଅନ୍ୟ ସ୍ଥାନକୁ ଛୁରୀରେ ଭୁସି ଆକ୍ରମଣ କରିଥିଲେ। ବେଙ୍ଗାଲୁରୁ ପୋଲିସ ଅନୁଯାୟୀ ଏହି ବ୍ୟକ୍ତି ଜଣକ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହାର ପ୍ରତିକ୍ରିୟାରେ ମହିଳା ଓ ତାଙ୍କ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ଜଣାପଡିଛି। ଘଟଣାଟି ବେଙ୍ଗାଲୁରୁର ସାଦୁଗୁନ୍ତେପାଲ୍ୟା ଅଞ୍ଚଳରେ ଘଟିଥିବା ଜଣା ପଡିଛି। ପୋଲିସ ଅଭିଯୁକ୍ତ ଓ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି।
ବେଙ୍ଗାଲୁରୁ ପୋଲିସ ସୂତ୍ରରୁ ପ୍ରକାଶ ପୀଡିତ ବ୍ୟକ୍ତି ହେଉଛନ୍ତି ହିତେନ୍ଦ୍ର କୁମାର। ହିତେନ୍ଦ୍ର ଜୟନଗରର ଜଣେ ଲୁଗା ବ୍ୟବସାୟୀ। ସେ ସେପ୍ଟେମ୍ବର ୧୫ ତାରିଖରେ ଉକ୍ତ ମହିଳାଙ୍କୁ କେଇବି ପାର୍କରେ ଭେଟିବାକୁ ଡାକିଥିଲେ। ସମୟ ପ୍ରାୟ ରାତି ୯.୩୦ ସମୟରେ ଉଭୟ ପାର୍କ ସ୍ଥିତ ଏକ ବେଞ୍ଚରେ ବସିଥିବା ବେଳେ ମହିଳାଙ୍କ ପୁରୁଷ ବନ୍ଧୁ ହଠାତ ଆସି ବ୍ୟକ୍ତିଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକ ହିତେନ୍ଦ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ବର୍ତମାନ ହିତେନ୍ଦ୍ରଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ଏହାକୁ ନେଇ ପୀଡିତ ପୋଲିସ ଷ୍ଟେସନରେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି।