ଭୁବନେଶ୍ୱର: ବେଆଇନ ବାଣ ବିକିବା ଘଟଣାରେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ବାଲୁଗାଁ ପୋଲିସ ୨ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି। ବ୍ୟବସାୟୀ ୨ ଜଣ ହେଲେ ବାଲୁଗାଁ ଅଞ୍ଚଳର ନରେନ୍ଦ୍ର ମହାରଣା ଓ ହରପ୍ରସାଦ ତ୍ରିପାଠୀ। ପ୍ରାୟ ୫୦ ହଜାର ଟଙ୍କାର ବେଆଇନ ବାଣ ଜବତ ହୋଇଛି। ବାଲୁଗାଁ ଅଂଚଳର ଜଣେ ହୋଟେଲ ବ୍ୟବସାୟୀ ଓ ଜଣେ ଦୋକାନୀ ବିପୁଳ ମାତ୍ରାରେ ବେଆଇନ ବାଣ ଠୁଳ କରିରଖିଥିଲେ। କୌଣସି ସୂତ୍ରରୁ ବାଲୁଗାଁ ପୋଲିସ ଏହି ଖବର ପାଇଥିଲେ। ଏହା ପରେ ପୋଲିସ ଚଢ଼ାଉ କରି ଏହି ବେଆଇନ ବାଣ ଜବତ କରିଥିଲା। ଏପରି ଘଟଣା ନଜ଼ରକୁ ଆସିବା ପରେ ଖୋର୍ଦ୍ଧା ଏସପି ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି।