ବଢ଼ିବାରେ ଲାଗିଛି ବିଭିନ୍ନ ଡାକ୍ତରଖାନାରେ ଦଲାଲଙ୍କ ପାଦୁର୍ଭାବ । ଭିନ୍ନ ଭିନ୍ନ ଆଳ ଦେଖାଇ ଦଲାଲ ମାନେ ଲୁଟ କରୁଛନ୍ତି ରୋଗୀ ଏବଂ ତାଙ୍କ ପରିବାର ଲୋକଙ୍କୁ । ତେବେ ଏମିତି କିଛି ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ବିଭିନ୍ନ ସମୟରେ ରୋଗୀ ମାନଙ୍କୁ ନେଇ ଛତିଶଗଡ଼ର ବିଭିନ୍ନ ଡାକ୍ତରଖାନାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆଳରେ ରୋଗୀଙ୍କ ସ୍ୱାସ୍ଥ୍ୟ କାର୍ଡରୁ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଏହି ଘଟଣା ଉପରେ ପୋଲିସ ତୀକ୍ଷ୍ଣ ନଜର ରହିଥିବା ବେଳେ ଶୁକ୍ରବାର କିଛି ଠକ ଧୂମାଭଟା ଅଞ୍ଚଳରୁ ରୋଗୀ ନେଉଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଏକ ଟିମ ସହିତ ସେମାନଙ୍କୁ ମାଡିବସିଥିଲା । ଘଟଣାରେ ଧରାପଡିଥିବା ଠକ ମାନେ ହେଉଛନ୍ତି ଧୂମାଭଟା ର କାର୍ତ୍ତିକେଶ୍ୱର ଦେଓ, ଡୁଙ୍ଗୁରିପାଲିର ଶ୍ରୀପତି ମିଶ୍ର ଓ ବେଲପଡାର ଦୁର୍ଯ୍ୟୋଧନ ସାହୁ । ଘଟଣାରେ ପୋଲିସ ଏକ ମାମଲା ରଜ୍ଜୁ କରି ଅପରାଧୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ପାଟଣାଗଡ଼ SDPO ସଦାନନ୍ଦ ପୂଜାରୀ ।
ଅଧିକ ପଢନ୍ତୁ : ଟ୍ରକ୍ ଯୋଗେ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ