ନିଶା ବିରୋଧରେ ବଲାଙ୍ଗିର ପୋଲିସ୍‌ର ମିଶନ ‘କଫ ସିରପ୍‌’ : ୪୦ ଲକ୍ଷ ଟଙ୍କାର କଫ ସିରପ୍‌ ଜବତ
Khabar Odisha:Bolangir-police-seizes-cough-syrup-worth-Rs-40-lakh-under-Mission-Cough-Syrup
ଖବର ଓଡିଶା : 13/03/2023

ନିଶା ବିରୋଧରେ ବଲାଙ୍ଗିର ପୋଲିସ୍‌ର ମିଶନ ‘କଫ ସିରପ୍‌’ । ବଲାଙ୍ଗିର ସହରରୁ ୪୦ଲକ୍ଷରୁ ଅଧିକ ମୂଲ୍ୟର କଫ୍ ସିରପ ଜବତ କରିଛି ପୋଲିସ । ଏହାସହ ୨ଟି ଦାମୀ ଗାଡି ବି ଜବତ କରାଯାଇଛି । ଏହାସହ ରାଜ୍ୟ ଓ ରାଜ୍ୟ ବାହାରୁ ୩୫ଜଣଙ୍କୁ ଗିରଫ କରାଯାଇଛି । ଗତ କିଛି ଦିନ ହେଲା ବଲାଙ୍ଗିର ପୋଲିସ୍‌ର ମିଶନ ‘କ୍ଲିନ୍‌ କ୍ରିମିନାଲ୍‌’ ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ମିଶନ ଅପରାଧୀଙ୍କ ବେଆଇନ୍‌ ସାମ୍ରାଜ୍ୟକୁ ଧ୍ୱଂସ କରିବାରେ ସହାୟକ ହେବ।  ଏହା ପୂର୍ବରୁ ମଧ୍ୟ ବଲାଙ୍ଗିରରେ ପର୍ଯ୍ୟାପ୍ତ ପରିମାଣର କଫ ସିରପ୍‌ ପୋଲିସ୍ ଜବତ କରିଥିଲା। ନିଶା କାରବାରକୁ ରୋକିବା ଦିଗରେ ବଲାଙ୍ଗିର ପୋଲିସ ପ୍ରଥମ ଦଫାରେ ଲକ୍ଷାଧିକ ଟଙ୍କାର କଫ୍ ସିରଫ ଜବତ କରିବାସ ସହ ବଡ଼ ଧରଣର ରାକେଟର ପର୍ଦ୍ଦାଫାଶ କରିଛି ।

Subscribe

National International State Sports Entertainment