ଖବର ଓଡିଶା : 08/02/2023
କଟକ ଜଗତପୁରରେ ଚାଞ୍ଚଲ୍ୟ । ବସ ଟର୍ମିନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମହିଳା ଜଣକ ହେଉଛନ୍ତି ୫୨ ବର୍ଷିୟ କୁନି ସାହୁ। ସେ ସ୍ଥାନୀୟ ଅଞ୍ଚଳରେ ଭଡାରେ ରହୁଥିଲେ ଓ ଟ୍ରକ ଟର୍ମିନାଲରେ ଥିବା ଦୋକାନରେ ବସାଉଠା କରୁଥିଲେ। ତେବେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ କୁନି । ଅନେକ ଖୋଜାଖୋଜି ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ। ପୋଲିସ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳୁ ଜଗତପୁର ସ୍ଥିତ ବସ ଟର୍ମିନାଲ ନିକଟରୁ ତାଙ୍କର ମୃତ ଦେହ ଠାବ ହୋଇଛି । ଟ୍ରକ ଟର୍ମିନାଲରେ ଥିବା ଏକ ପରିତ୍ୟକ୍ତ ଘରେ ତାଙ୍କର ଉଲଗ୍ନ ମୃତଦେହ ମିଳିଥିଲା। ତେବେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ। ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳ ବୁଲି ଅନେକ ତଥ୍ୟ ହାସଲ କରିଛି । ସ୍ବାମୀର ଅଭିଯୋଗ ରହିଛି ସ୍ତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରଯାଇଛି । ମହିଳାଙ୍କ ମୃତ ଶରୀରକୁ ଉଦ୍ଧାର କରିବା ପରେ ବ୍ୟବଛେଦ ପାଇଁ ଏସିବି ମେଡିକାଲକୁ ପଠାଇଛି ପୋଲିସ ।