ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଆଜି ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ତିନୋଟି ପୃଥକ ମାମଲାରେ ଗଞ୍ଜେଇ ଚୋରା ଚାଲାଣ ଗାଡି ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ୬୨ କେଜି ଗଞ୍ଜେଇ ସହ ୪ ଜଣ ବ୍ୟକ୍ତି ଓ ଦୁଇଟି କାର ଜବତ କରିଛି ଅବକାରୀ ବିଭାଗ ।
ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର ସହରର ବୁଢାରଜା ଛକରେ ଚଢାଉ କରି ଏକ ଇନୋଭା ଗାଡିରେ ଚାଲାଣ ହେଉଥିବା ୩୦ କେଜି ଗଞ୍ଜେଇ ସହ କାରକୁ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ l ପରେ ବ୍ଲକ ଛକରେ ଚଢାଉ କରି ଛତିଶଗଡର ଜଣେ ଅଭିଯୁକ୍ତଙ୍କ ଠାରୁ ୭ କେଜି ଗଞ୍ଜେଇ ଜବତ କରିଛି l ସେହିପରି ପଟାଭାଡି ଛକରୁ ଏକ ସ୍ୱିଫ୍ଟ କାରରୁ ୨୫ କେଜି ଗଞ୍ଜେଇ ସହ କାରକୁ ଜବତ କରିଛି ଅବକାରୀ ବିଭାଗ l ଏହି ତିନୋଟି କେସରେ ମୋଟ ୬୨ କେଜି ଗଞ୍ଜେଇ ସହ ୪ ଜଣ ବ୍ୟକ୍ତି ଓ ଦୁଇଟି କାର ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ l ଆଜି ସମସ୍ତଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକାରୀ ।
ଅଧିକ ପଢନ୍ତୁ : କଟକ ଗୋପାଳପୁରରେ ଓଲଟିଲା ବସ୍