କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବୁଧବାର ରାଜ୍ୟରେ ଅନେକ ଡକାୟତି ଘଟଣାରେ ସମ୍ପୃକ୍ତ କୁଖ୍ୟାତ ଏରାଗୋଲା ଗ୍ୟାଙ୍ଗର ଏଗାର ଜଣ ସଦସ୍ୟଙ୍କୁ ଗିରଫ କରିଛି । ଦିନ ଦ୍ୱିପହରରେ ଲୁଟପାଟ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲା ଏରାଗୋଲା ଗ୍ୟାଙ୍ଗ । ଗିରଫ ଅଭିଯୁକ୍ତ ମାନେ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଟିପ୍ପା କଲୋନୀର ବାସିନ୍ଧା ହୋଇଥିବା ବେଳେ ଏମାନେ ଏରାଗୋଲା ଜନଜାତିର ଅଟନ୍ତି । ଅପରାଧୀଙ୍କ ନିକଟରୁ ପୋଲିସ ୨ ଲକ୍ଷ ଟଙ୍କା ଏବଂ ୧୭ ଟି ସୁନା ଚେନ୍ ଜବତ କରିଛି ବୋଲି କଟକ ଭୁବନେଶ୍ୱରର ଟ୍ୱିନ୍ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ସମଗ୍ର ଦେଶରେ ଚୋରି ଏବଂ ଡକାୟତି ପାଇଁ କୁଖ୍ୟାତ ଏହି ଗ୍ୟାଙ୍ଗ ସାଧାରଣତ ବ୍ୟାଙ୍କରୁ ଫେରୁଥିବା ଲୋକଙ୍କ ଟଙ୍କା ଏବଂ ସୁନା ଅଳଙ୍କାର ପିନ୍ଧିଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ ଓ କାର, ସ୍କୁଟର ଏବଂ ମୋଟରସାଇକେଲରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀ ଚୋରି ପାଇଁ ସେମାନେ କାରର ଗ୍ଲାସ୍ ଆଉ ସ୍କୁଟର ଏବଂ ବାଇକ୍ ର ଡିକି ଭାଙ୍ଗୁଥିଲା ।
ତେବେ ଅନ୍ୟ ରାଜ୍ୟରୁ ଆସିଥିବା ଅପରାଧୀଙ୍କ ଚୋରି ମାମଲା ବଢିବା ଫଳୱାରୀ । ଏ ବାବଦରେ ଦାଖଲ ହୋଇଥିବା ଅଭିଯୋଗ ଉପରେ ଆଧାର କରି କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରିଛି ।
ଅଧିକ ପଢ଼ନ୍ତୁ : ମୁଁ ମଲା ଯାଏଁ କଂଗ୍ରେସରେ ରହିବି : ସୁର ରାଉତରାୟ