ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକ ପରିପେକ୍ଷୀରେ ଆଇଏମଏମଟି ପରିସରରେ ଚାଲିଥିବା “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଟି.ଜି ସୀତାରାମ l
ପ୍ରଫେସର ସୀତାରାମ ସୋଆର ସିଆଇଆଇ ଏକ୍ସିବିଟି ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟଅପ୍ର ପ୍ରଶଂସା କରିଥିଲେ l ଏହି ଅବସରରେ ସୋଆର ଆଡିସନାଲ ଡିନ୍ ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଓ ସୋଆ ସଭାପତିଙ୍କ ଓଏସଡି ଶ୍ରୀ ପ୍ରିତମ ନାୟକଙ୍କ ସମେତ ସୋଆର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l