ହୋଟେଲରେ ବସିବାକୁ ନେଇ ତୁମୁଳକାଣ୍ଡ । ରାଜଧାନୀ ସ୍ଥିତ ଏକାମ୍ର ହୋଟେଲରେ ଘଟିଛି ଏହି ଅଭାବନୀୟ ଘଟଣା । ପେଟପୂଜା ନାମକ ହୋଟେଲରେ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଖାଇବା ବେଳେ ଗୋଡ଼ରେ ଚେୟାର ବାଜିବାରୁ ଉତ୍ତ୍ୟକ୍ତ ହୋଇ ସର୍ବ ସମ୍ମୁଖରେ ଅନ୍ୟ ଜଣଙ୍କୁ ନିର୍ଦ୍ଧୁମ ପିଟିଥିଲେ ଯୁବକ ଜଣଙ୍କ। ସେହି ଗଣ୍ଡଗୋଳର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଆଉ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଖାରବେଳନଗର ଥାନା ପୋଲିସ । ଗଣ୍ଡଗୋଳ କରିଥିବା ଯୁବକଙ୍କୁ ଚିହ୍ନଟ କରିଛି ପୋଲିସ । ଅଭିଯୁକ୍ତ ହେଲେ ଝାରପଡ଼ାର ପ୍ରଭାତ କୁମାର ମାର୍ଥା । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।