ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା l ହଷ୍ଟେଲ ରୁମରୁ ମିଳିଲା ମୃତଦେହ l ମୃତ ଛାତ୍ରଙ୍କ ନାଁ ରୁଦ୍ର ମାଧବ ରଣା। ସେ ଇଲେକ୍ଟ୍ରିକାଲ ଟ୍ରେଡ୍ର ପ୍ରଥମ ବର୍ଷର ଛାତ୍ର ଥିଲେ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ଖବର ଅନୁଯାୟୀ, କେନ୍ଦୁଝର ଅଞ୍ଚଳରେ ରୁଦ୍ର ନାରାୟଣ ରଣାଙ୍କ ଘର l ସେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ସିପେଟ କଲେଜର ଇଲେକ୍ଟ୍ରିକାଲ ଟ୍ରେଡ୍ର ପ୍ରଥମ ବର୍ଷର ଛାତ୍ର ଥିଲେ l ତେବେ ରୁଦ୍ରଙ୍କ ମା’ଙ୍କ ଅଭିଯୋଗ ଅଭିଯୋଗ ଅନୁସାରେ, ସେହି କଲେଜର ଭବାନୀ ସାର୍ ତାଙ୍କ ପୁଅଙ୍କୁ ସବୁ ବେଳେ ମାଡ଼ ମାରୁଥିଲେ। ଗତକାଲି ବି ସେ ପୁଅକୁ ପିଟି ଥିଲେ। ପୁଅ ଫୋନ କରି ଭବାନୀ ସାର ପିଟି ଥିବା କଥା କହିଥିଲା। ଭବାନୀ ସାର ଆଉ ଥରେ ପିଟିଲେ ସେ ଆତ୍ମହତ୍ୟା କରିଦେବ ବୋଲି ପୂର୍ବରୁ କହିଥିଲା। ଆଉ ଗତକାଲି ଭବାନୀ ସାର ତାକୁ ପୁଣି ପିଟିବା ପରେ ସେ ଆତ୍ମହତ୍ୟା କରି ଦେଇଛି। ପୁଅ ଠାରୁ ଫୋନ୍ ପାଇବା ପରେ ଆମେ ହଷ୍ଟେଲ ୱାଡେନ୍ଙ୍କୁ ଫୋନ୍ କରିଥିଲୁ। ରୁଦ୍ର କରିଥିବା ଅଭିଯୋଗ ସଂପର୍କରେ ତାଙ୍କୁ ଜଣାଇଥିଲୁ। ଏହା ସହିତ ରୁଦ୍ରଙ୍କୁ ଘରକୁ ଛାଡ଼ି ଦେବାକୁ କହିଥିଲୁ। କିନ୍ତୁ କଲେଜ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ଛାଡ଼ି ହେବନି ବୋଲି ସେ କହିଥିଲେ। ଆଉ ତା’ପରେ ରୁଦ୍ର ଏଭଳି ପଦକ୍ଷେପ ନେଇଛି ବୋଲି ରୁଦ୍ରର ମା କହିଛନ୍ତି l ମଞ୍ଚେଶ୍ୱର ଥାନା ପୋଲିସ କଲେଜରେ ପହଞ୍ଚି ରୁଦ୍ରଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ସେପଟେ ପୋଲିସ ସହ କଲେଜ କର୍ତ୍ତୃପକ୍ଷ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।