ବିଜେବି କଲେଜ ଗଣ୍ଡଗୋଳ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ବନ୍ଧା ହେଲେ ଆଉ ୪ ଅଣଛାତ୍ର l ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ମୋଟ୍ ୮ ଜଣ ଏବେ ସୁଦ୍ଧା ଗିରଫ ହୋଇଛନ୍ତି । ଏହି ଗଣ୍ଡଗୋଳ ଘଟଣାରେ ପ୍ରାୟ ୨୦ ଜଣଙ୍କ ସମ୍ପୃକ୍ତି ରହିଥିବା ସୂଚନା ରହିଛି ।
ଖବର ଓଡିଶା, ଗତ ଶନିବାର ଦିନ କ୍ରିକେଟ ଖେଳକୁ ନେଇ ଛାତ୍ର ଓ ଅଣଛାତ୍ର ମଧ୍ୟରେ ବିଜେବି କଲେଜ ପରିସରରେ ବିବାଦ ହୋଇଥିଲା l କଲେଜର ୩ ଜଣ ଛାତ୍ରଙ୍କୁ ୨୦ ଜଣ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା l ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଗଣ୍ଡଗୋଳ ସମୟରେ ବ୍ୟବହାର ହୋଇଥିବା ଛୁରୀ, ବାଇକ ଓ ଷ୍ଟମ୍ପ ପୋଲିସ ଜବତ କରିଛି । ତେବେ ଆଜି ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ ରିତେଶ ନାୟକ, ବିକି ଦଳେଇ, ବଳିଆ ଦାଶ, କେ. ଲକ୍ଷ୍ମଣ ନାରାୟଣ । ବଡଗଡ ପୋଲିସ ଏବେ ଅନ୍ୟମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।