ଅରାତି ବିଜୟ ମହାନ୍ତି ସ୍କାରକୀ ଚେସ୍ ପ୍ରତିଯୋଗିତା: ମିଳିତ ଶୀର୍ଷରେ ୩ ଓଡ଼ିଆ ଭୁବନେଶ୍ୱର, ଏପ୍ରିଲ ୨୪ (ଖବର ଓଡିଶା) Share story: ଚେସ୍ ଭୀଷ୍ମ ଅରାତି ବିଜୟ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଆଇଆଇଜି ସ୍ପୋର୍ଟସ ଏବଂ ଆରତୀ ୬୪ ସ୍କୋୟାର୍ସ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଚେସ୍ ପ୍ରତିଯୋଗିତା, ଖୋର୍ଦ୍ଧା କେଟି ଗ୍ଲୋବାଲ୍ ସ୍କୁଲ୍ ପରିସରରେ ଚାଲିଥିବାବେଳେ ତୃତୀୟ ଦିବସ ରବିବାର ସୁଦ୍ଧା ୪ ଜଣ ଖେଳାଳି ୫.୫ ପଏଣ୍ଟ ଲେଖାଏଁ ହାସଲ କରି ମିଳିତ ଶୀର୍ଷରେ ରହିଛନ୍ତି। ତିନି ଦିନରେ ମୋଟ ୬ ରାଉଣ୍ଡ ଖେଳ ଶେଷ ହୋଇଥିଲା। ତେବେ ଶେଷ ପର୍ଯ୍ୟାୟରେ ବେଙ୍ଗଲର ଉଦ୍ଦୀପନ ରୟଙ୍କ ସମେତ ୩ ଓଡ଼ିଆ ତପନ ବଡ଼ମୁଣ୍ଡି, ଉତ୍କଳ ରଞ୍ଜନ ସାହୁ ଓ ନିଲ୍ସୁ ପଟ୍ଟନାୟକ ସର୍ବାଧିକ ପଏଣ୍ଟ ହାସଲ କରି ଆଗରେ ରହିଛନ୍ତି। ଏମାନଙ୍କ ପଛକୁ ୫ ପଏଣ୍ଟ ଲେଖାଏଁ ହାସଲ କରି ୯ ଜଣ ଖେଳାଳି ମିଳିତ ଦ୍ବିତୀୟରେ ରହିଥିଲା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଖେଳାଳି ରହିଥିବା ନେଇ ସୂଚନା ମିଳିଛି। ବିଶେଷକରି ଓଡ଼ିଆ ତାରକା ସ୍ଥିତପ୍ରଜ୍ଞ ସାହୁ ନିଜଠୁ ଉଚ୍ଚ ରେଟିଂପ୍ରାପ୍ତ ପ୍ରିୟାଂଶ ଦାସଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିବା ମଧ୍ୟ ଅନ୍ୟତମ ଆଶ୍ଚର୍ଯ୍ୟର କାରଣ ସାଜିବା ସହିତ ସମସ୍ତଙ୍କୁ ଚକ୍କୀତ କରିଥିଲା। ତେବେ ଖୋର୍ଦ୍ଧାର ସ୍ଥିତପ୍ରଜ୍ଞ ସାହୁ ୧୪୨୮ ରେଟିଂରେ ଥିବା ବେଳେ ଯାଜପୁରର ପ୍ରିୟାଂଶ ଦାସ ୧୭୬୩ ରେଟିଂ ପାଇଛନ୍ତି । ତେବେ ଏହି ପ୍ରତିଯୋଗିତାରେ ନିହାର ରଂଜନ ସାସମଲ ମୁଖ୍ୟ ଅର୍ବିଟର ଥିବାବେଳେ ଆଇଏ ଜ୍ୟୋତି ଶଙ୍କର ନନ୍ଦ, ଭବେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ତାପସ କୁମାର ମହାନ୍ତି ଆର୍ବିଟର ଦାୟିତ୍ବ ତୁଲାଇବା ସହିତ ଜଣେ ମହିଳା ଆର୍ବିଟର ଏସଏନଏ ପିଙ୍କି ମହାପାତ୍ର ମଧ୍ୟ ସେକ୍ଟର ଆର୍ବିଟର ଭାବେ କାର୍ଯ୍ୟ କରୁଛନ୍ତି। Arati Bijay Mohanty chess tournament odisha sports Khabar odisha ଖବର ଓଡ଼ିଶା, Reporter, 24/04/2023