ପିଆଜ ଦରବୃଦ୍ଧିକୁ ନେଇ ସରକାରଙ୍କ ବଢିଛି ଚିନ୍ତା, ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:state-odisha-Onion-price-hike-tenstion-for-Odisha-Govt
ଭୁବନେଶ୍ୱର, ଡିସେମ୍ବର ୦୯ (ଖବର ଓଡ଼ିଶା):

କନ୍ଦାଉଛି ପିଆଜ । ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଏହାକୁ ନେଇ ସରକାର ମଧ୍ୟ ଚିନ୍ତିତ । ତେଣୁ ଆଜି ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ଲାଗି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

ଓଡ଼ିଶାର ଅନେକ ଜିଲ୍ଲାରେ ପିଆଜ ଦର ଆକାଶ ଛୁଆଁ ରହିଛି । ହୁ ହୁ ହୋଇ ଦର ବଢିଥିବା ପିଆଜ କିଲୋକୁ ୧୨୦ରୁ ୧୪୦ ଟଙ୍କାରେ ବିକ୍ରି କରଯାଉଛି । ସାଧାରଣ ଲୋକଙ୍କ ହାଣ୍ଡିଶାଳରୁ ପିଆଜ ଉଭେଇ ଗଲାଣି । ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରାଜ୍ୟ ବାହାରୁ ପିଆଜ ଆମଦାନୀ ନେଇ ଆଜି ବୈଠକରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି । ଏହି ବୈଠକରେ ଯୋଗାଣ ସଚିବ , ସମବାୟ ନିବନ୍ଧକ, ଯୋଗାଣ ବିଭାଗ ଅଧିକାରୀ ଉପସ୍ଥିତ ରହିଥିବା ଜଣାପଡ଼ିଛି । ପିଆଜ ଉତ୍ପାଦକ ରାଜ୍ୟ ଗୁଡ଼ିକରେ ବର୍ଷା କାରଣରୁ ଉତ୍ପାଦନ ଭଲ ହୋଇ ନଥିବାରୁ ଏହି ଦରବୃଦ୍ଧି ହୋଇଛି । କିନ୍ତୁ ବର୍ତ୍ତମାନ ନୂଆ ଫସଲ ସୃଷ୍ଟି ହେବାରୁ ଅନ୍ୟ ରାଜ୍ୟରୁ ପିଆଜ ଆମଦାନୀ କରିବାକୁ ପ୍ରାୟାସ କରାଯାଉଛି ।

  • Tags:

Subscribe

National International State Sports Entertainment