ଜିଏସଟିରେ ତ୍ରୁଟି ଥାଇପାରେ, ମାତ୍ର ଏହାକୁ ଗାଳି ଦେଇ ପାରିବେ ନାହିଁ: ସୀତାରମଣ
Khabar Odisha:business-odisha-gst-might-have-flaws-but-cant-damn-it-says-nirmala-sitharaman
ପୁଣେ,ଅକ୍ଟୋବର୧୧(ଖବର ଓଡ଼ିଶା):

ସାଧାରଣତଃ ଶାନ୍ତ ଏବଂ ଚେହେରାରେ ସ୍ମିତ ହାସ୍ୟ ସହ କଥା କରୁଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ବସ୍ତୁ ଓ ସେବା କର(ଜିଏସଟି)ର   ହେଉଥିବା ସମାଲୋଚନା ଉପରେ ପ୍ରତିକ୍ରିୟାଶୀଳ ହୋଇ  ଉଠିଛନ୍ତି। ଏହି ସମୟରେ ସେ ଜିଏସଟିରେ ଥିବା ତ୍ରୁଟିକୁ ସ୍ଵୀକାର କରି କହିଛନ୍ତି ଯେ, ଏହା ଦେଶର କାନୁନ ଅଟେ ଏବଂ ଏହାକୁ ଗାଳି ଦେଇ ପାରିବେ ନାହିଁ।

ଅର୍ଥମନ୍ତ୍ରୀ ସୀତାରମଣ ଶୁକ୍ରବାର ପୁଣେରେ ବ୍ୟବସାୟୀ ଏବଂ ଉଦ୍ୟୋଗପତିଙ୍କୁ ସାକ୍ଷାତ ସମୟରେ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ ଜଣେ ବ୍ୟବସାୟୀଙ୍କୁ ଜିଏସଟି ଉପରେ ଟୋକ୍ ଠୋକ ଶୁଣାଇଥିଲେ। ଉଦ୍ୟୋଗପତି ଜଣକ କହିଥିଲେ ଯେ, ଜିଏସଟିକୁ ଗୁଡ ଆଣ୍ଡ ସିମ୍ପଲ ଟ୍ୟାକ୍ସ ହେବା ଉଚିତ୍ ଥିଲା, ମାତ୍ର ଏଥିରେ ଥିବା ଦୋଷ ଦୁର୍ବଳତା କାରଣରୁ ପ୍ରତ୍ୟେକ ସରକାରଙ୍କୁ ଗାଳି ଦେଉଛନ୍ତି। ପ୍ରଥମେ ଅର୍ଥମନ୍ତ୍ରୀ ଏସବୁ ଧ୍ୟାନର ସହ ଶୁଣୁଥିଲେ, ମାତ୍ର କ୍ରମାଗତ ସମାଲୋଚନା ପରେ ତାଙ୍କର ଧୈର୍ଯ୍ୟଚ୍ୟୁତ୍ ହୋଇଥିଲା। 

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜିଏସଟିକୁ ଆପଣ ଗାଳି ଦେଇ ପାରିବେ ନାହିଁ। ଏହା ସଂସଦ ଏବଂ ସମସ୍ତ ବିଧାନସଭାରେ ପାରିତ ହୋଇଛି। ଏଥିରେ ତ୍ରୁଟି ଥାଇପାରେ। ହୋଇପାରେ ଏଥିରେ ଆପଣଙ୍କୁ ସମସ୍ୟା ହୋଇଛି ମାତ୍ର ମୋତେ କ୍ଷମା କରିବେ ଏହା ଏବେ ଦେଶର କାନୁନ, ଏମିତି ଗାଳି କରି ପାରିବେ ନାହିଁ। 

ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ, ଦୀର୍ଘ ସମୟ ପରେ ଏହି ଦେଶରେ ସବୁ ପାର୍ଟି ଓ ସରକାର ଏକାଠି ମିଶି କାମ କରିଛନ୍ତି ଏବଂ ଜିଏସଟି ପ୍ରଚଳନ କରିଛନ୍ତି। ହୋଇପାରେ ଏଥିରେ ଆପଣଙ୍କର ଖଟା ଅନୁଭୂତି ଥିବ ଯାହା ଉପରେ ଆପଣ ଟିପ୍ପଣୀ କରୁଛନ୍ତି, କିନ୍ତୁ ଅଚାନକ ଆମେ ଏହା କହି ପାରିବୁ ନାହିଁ ଯେ, ଏହା କେତେ ଖରାପ ଢାଞ୍ଚା। ଏବେ କେବଳ ଜିଏସଟିକୁ ଦୁଇ ବର୍ଷ ହୋଇଛି। ମୁଁ ଚାହୁଁଥିଲି କାସ୍ ଆପଣ ପ୍ରଥମ ଦିନରେ ପୂରା ସନ୍ତୁଷ୍ଟ ହୋଇଥାନ୍ତେ, ମାତ୍ର ମୁଁ କ୍ଷମା ଚାହୁଁଛି, ଏହା ଆପଣଙ୍କୁ ସନ୍ତୁଷ୍ଟ କରି ପାରିଲା ନାହିଁ। ତେଣୁ ଏହା ଉପରେ ଆପଣ ପ୍ରସ୍ତାବ ଦେଇ ପାରିବେ। 

Subscribe

National International State Sports Entertainment