କର୍ମଚାରୀଙ୍କୁ ଦୀପାବଳି ଭେଟି, ପୁଣି ମହଙ୍ଗା ଭତ୍ତା ବୃଦ୍ଧି କଲେ ମୋଦି ସରକାର
Khabar Odisha:The-Modi-government-visited-Diwali-and-increased-the-cost-of-living-allowance
ନୂଆଦିଲ୍ଲୀ, ଅକ୍ଟୋବର ୨୧(ଖବର ଓଡିଶା):

କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ଦୀପାବଳି ଉପଲକ୍ଷେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବାକୁ ମଞ୍ଜୁର ମିଳିଛି । 

ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ କ୍ୟାବିନେଟ୍ ବୈଠକରେ ଏନେଇ ମଞ୍ଜୁରୀ ମିଳିବା ପରେ ଏଣିକି ୩୧ ପ୍ରତିଶତ ଡିଏ ପାଇବେ କେନ୍ଦରୀୟ କର୍ମଚାରୀ । ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତା ଏହାର ଫାଇଦା ପାଇବେ । ସୂଚନା ଅନୁସାରେ, ଗତ ଜୁଲାଇ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ।  

୧୧ ପ୍ରତିଶତ ବୃଦ୍ଧି କରି ତାହାକୁ ୨୮ ପ୍ରତିଶତ କରିଥିଲେ । ଏହା ପୂର୍ବରୁ ଡିଏ ୧୭ ପ୍ରତିଶତ ମିଳୁଥିଲା । ମହାଙ୍ଗା ଭତ୍ତା ବଢିବା ଫଳରେ ଅନ୍ୟ ସବିଧାଗୁଡିକରେ ମଧ୍ୟ ଫାଇଦା କେନ୍ଦ୍ର ସରକାରୀ କର୍ମଚାରୀ ପାଇବେ । ଟ୍ରାଭେଲ୍ ଆଲୋଏନ୍ସ ଏବଂ ସିଟି ଆଲୋଏନ୍ସ ବୃଦ୍ଧି ପାଇବା ସହିତ ଅବସର ପରେ ପ୍ରୋଭିଟେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟି ମଧ୍ୟ ବୃଦ୍ଧି ପାଇବ ।

  • Tags:

Subscribe

National International State Sports Entertainment