ମ୍ୟୁଚୁଆଲ୍ ଫଣ୍ଡ ମାନ୍ଦାବସ୍ଥା ଦୂର ପାଇଁ RBI ପକ୍ଷରୁ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା
Khabar Odisha:RBI-help-50-thousand-crore-for-mutual-funds
ଭୁବନେଶ୍ୱର, ଏପ୍ରିଲ 27( ଖବର ଓଡ଼ିଶା):

 କରୋନା ମାଡ଼ରେ ମ୍ୟୁଚୁଆଲ୍ ଫଣ୍ଡ୍‌ଗୁଡ଼ିକ ଉପରେ ଆର୍ଥିକ ମାନ୍ଦାବସ୍ଥା ପ୍ରଭାବ ପଡ଼ିଛି।  ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ବଡ଼ ପଦକ୍ଷେପ । ମ୍ୟୁଚୁଆଲ୍ ଫଣ୍ଡ୍‌ଗୁଡ଼ିକ ଉପରେ ଆର୍ଥିକ ସଙ୍କଟ ଦୂର କରିବାକୁ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୫୦ ହଜାର କୋଟି ଟଙ୍କାର ସ୍ପେସାଲ୍ ଲିକ୍ୟୁଡିଟି ଫେସିଲିଟି ଅର୍ଥାତ୍ ଆର୍ଥିକ ସହାୟତା ଘୋଷଣା କରିଛି।

ମ୍ୟୁଚୁଆଲ୍ ଫଣ୍ଡ୍‌ଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ୍ ଏହି ପଦକ୍ଷେପ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ, ମହାମାରୀ କରୋନା ଭାଇରସ୍ ମୁକାବିଲା ଲକ୍‌ ଡାଉନ୍‌ ପୁଞ୍ଜି ବଜାରରେ ଅସ୍ଥିରତା ବଢ଼ାଇ ଦେଇ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ଲିକ୍ୟୁଡିଟି ଚାପ ପକାଇଛି। କେତେକ ମ୍ୟୁଚୁଆଲ୍‌ ଫଣ୍ଡ୍ ବନ୍ଦ ଯୋଗୁଁ ଋଣ ପରିଶୋଧ ଚାପ ବଢ଼ିଛି।

  • Tags:

Subscribe

National International State Sports Entertainment