ନୂଆଦିଲ୍ଲୀ: ଚଳିତ ବଜେଟରେ ଇନକମ୍ ଟ୍ୟାକ୍ସ ଉପରେ ସଭିଙ୍କ ନଜର ରହିଥିଲା । ଆଶା କରାଯାଉଥିଲା ଟ୍ୟାକ୍ସ ଦର କମ ହେବ । ତେବେ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ଆସନ୍ତା ସପ୍ତାହରେ ନୂଆ ଇନକମ ଟ୍ୟାକ୍ସ ବିଲ୍ ସଂସଦରେ ଉପସ୍ଥାପନ କରାଯିବ । ଏଥିରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।
ନୂଆ ଆୟକର ଆଇନକୁ ବଜେଟ୍ ଅଧିବେଶନ ସମୟରେ ସଂସଦରେ ଉପସ୍ଥାପନ କରାଯିବ । ଏହା ଏକ ନୂତନ ଆଇନ, ଯାହାର ଡ୍ରାଫ୍ଟକୁ ନିକଟରେ ଆଇନ ମନ୍ତ୍ରଣାଳୟ ପାସ୍ କରିଥିଲେ । ନୁତନ ଆୟକର ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେବ ବର୍ତ୍ତମାନ ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧କୁ ସରଳ, ସ୍ପଷ୍ଟ ଓ ବୁଝିବା ଯୋଗ୍ୟ କରାଯାଉଛି ।
ନୂତନ ଆୟକର ଆଇନରେ କଣ ପରିବର୍ତ୍ତନ ସମ୍ଭବ ?
- ଆଇନକୁ ସରଳ ଭାଷାରେ ଲେଖାଯିବ, ଯଦ୍ୱାରା ସାଧାରଣ ଲୋକ ଏହାକୁ ସହଜରେ ବୁଝି ପାରିବେ ।
- ଅନାବଶ୍ୟକ ଓ ଅପ୍ରଚଳିତ ପ୍ରାବଧାନକୁ ହଟାଯିବ ।
- କର ବିବାଦକୁ କମ କରାଯିବ ।
- କରଦାତାଙ୍କ ପାଇଁ ଟ୍ୟାକ୍ସ ପୈଠ ସରଳ କରାଯିବ ।
- ଏହି ସବୁ ସୁଧାର ପାଇଁ ଆୟକର ବିଭାଗକୁ ଜନତା ଓ ଉଦ୍ୟୋଗ ଜଗତରୁ ୬,୫୦୦ ପ୍ରସ୍ତାବ ମିଳିଛି ।
ବର୍ତ୍ତମାନ ସମୟରେ ରହିଛି ଦୁଇ ପ୍ରକାରର ଟ୍ୟାକ୍ସ ସିଷ୍ଟମ
ନ୍ୟୁ ଟ୍ୟାକ୍ସ ରିଜିମ
୦-୩ ଲକ୍ଷ- ଶୂନ୍ୟ
୩-୭ ଲକ୍ଷ- ୫ ପ୍ରତିଶତ
୭-୧୦ ଲକ୍ଷ- ୧୦ ପ୍ରତିଶତ
୧୦-୧୨ ଲକ୍ଷ- ୧୫ ପ୍ରତିଶତ
୧୨-୧୫ ଲକ୍ଷ- ୨୦ ପ୍ରତିଶତ
୧୫ ଲକ୍ଷରୁ ଅଧିକ- ୩୦ ପ୍ରତିଶତ
ପୁରୁଣା ଟ୍ୟାକ୍ସ ରିଜିମ
୦ରୁ ୨.୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୦ ପ୍ରତିଶତ ଟ୍ୟାକ୍ସ
୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟ୍ୟାକ୍ସ
୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ
୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ