ଜିଓର ଦୀପାବଳି ଝଟକା: ଫ୍ରି କଲିଂର ଗଲା ଯୁଗ, ପ୍ରତି ମିନିଟ ପିଛା ଦେବାକୁ ପଡିବ ଚାର୍ଜ
Khabar Odisha:National-news-Jio-To-Charge-Users-6-Paisa-Per-Minutes-In-View-Of-TRAIs-Review-Of-IUC-Regime
ନୂଆଦିଲ୍ଲୀ,ଅକ୍ଟୋବର ୦୯(ଖବର ଓଡ଼ିଶା):

 କଲ ଟର୍ମିନେଶନ ଚାର୍ଜ ସହ ଜଡିତ ଥିବା ନିୟମ ଗୁଡିକର ଅନିଶ୍ଚତା କାରଣରୁ ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହାକଙ୍କ ଠାରୁ କଲିଂ ଚାର୍ଜ ନେବା ପାଇଁ ବୁଧବାର ଦିନ ଘୋଷଣା କରିଛି । ଜିଓର ଗ୍ରାହାକମାନଙ୍କୁ ଜିଓ ନେଟୱାର୍କ ଛାଡି ଅନ୍ୟ ଯେକୌଣସି ନେଟୱାର୍କକୁ ଭଏସ କଲ ପାଇଁ ପ୍ରତି ମିନିଟ ପିଛା 6 ପାଇସା ଦେବାକୁ ପଡିବ, କିନ୍ତୁ ସମାନ ଟଙ୍କାର ମୂଲ୍ୟରେ ଫ୍ରି ଡାଟା ଦେବା ସହ ଜିଓ ଏହାକୁ ସନ୍ତୁଳିତ ମଧ୍ୟ କରିବାକୁ ଯାଉଛି ।     

ଜିଓ ପକ୍ଷରୁ ଜାରି ହୋଇଥିବା ଏକ ବୟାନ ଅନୁସାରେ ଯେଉଁ ପର୍ଯ୍ୟନ୍ତ ଟେଲିକମ ପରିଚାଳକଙ୍କୁ ନିଜର ଗ୍ରାହାକଙ୍କ ଦ୍ୱାରା ଅନ୍ୟ ପରିଚାଳକଙ୍କ ନେଟୱାର୍କରେ କରାଯାଇଥିବା ମୋବାଇଲ ଫୋନ କଲ ପାଇଁ ଚାର୍ଜର ଆବଶ୍ୟକତା ପଡିବ, ସେ ପର୍ଯ୍ୟନ୍ତ 6 ପଇସା ପ୍ରତି ମିନିଟ ଚାର୍ଜ ଲାଗୁ ରହିବ । ଏହି ଚାର୍ଜ ଜିଓର ଗ୍ରାହାକଙ୍କ ଦ୍ୱାରା ଅନ୍ୟ ଜିଓ ନମ୍ୱରକୁ କରାଯାଉଥିବା କଲ ଏବଂ ହ୍ୱାଟ୍ସଆପ, ଫେସଟାଇସ ଅବା ଏପରି ଅନ୍ୟ ପ୍ଲାଟଫର୍ମର ଉପଯୋଗ କରି କରାଯାଉଥିବା ଫୋନ କଲ ଏବଂ ଲ୍ୟାଣ୍ଡଲାଇନ କଲ ଉପରେ ଲାଗୁ ହେବ ନାହିଁ । 

2017 ମସିହାରେ ଦୂରସଂଚାର ନିୟାମକ ସଂସ୍ଥା ଟ୍ରାଇ ଇଣ୍ଟରକନେକ୍ଟ ୟୁଜେସ ଚାର୍ଜ(IUC)କୁ 14 ପଇସାରୁ 6 ପଇସା ପ୍ରତି ସେକେଣ୍ଡ ପର୍ଯ୍ୟନ୍ତ ହ୍ରାସ କରିଥିଲା ଏବଂ ଏହାକୁ ଜାନୁଆରୀ 2020 ସୁଦ୍ଧା ଶେଷ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା । ଯେହେତୁ ଜିଓ ନେଟୱାର୍କରେ ଫୋନ କଲ ଫ୍ରି ରହିଛି, ଏହି କାରଣରୁ କମ୍ପାନୀକୁ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ପରି ପରିଚାଳକଙ୍କ ନେଟୱାର୍କକୁ କରାଯାଇଥିବା କଲ ପାଇଁ 13,500 କୋଟି ଟଙ୍କା ଦେବାକୁ ପଡିଛି । ଇନକିମିଙ୍ଗ କଲ ପାଇଁ ଗ୍ରାହାକଙ୍କୁ କୌଣସି ଦେୟ ଦେବାକୁ ପଡିବନି ।  

Subscribe

National International State Sports Entertainment