ଆମାଜନ ଏବଂ ଫ୍ଲିପକାର୍ଟ “ଅଫର୍ସ”ର ତଦନ୍ତ କରିବେ ସରକାର
Khabar Odisha:National-news-Government-To-Review-Offers-Given-By-Flipkart-And-Amazon
ନୂଆଦିଲ୍ଲୀ,ଅକ୍ଟୋବର ୧୫(ଖବର ଓଡ଼ିଶା):

ପାର୍ବଣ ଋତୁରେ ବଡ ରିହାତି ସହ ଉତ୍ପାଦ ଗୁଡିକର ବିକ୍ରିକୁ ନେଇ ଆମାଜନ ଏବଂ ୱାଲମାର୍ଟର ମାଲିକାନାରେ ଥିବା ଫ୍ଲିପକାର୍ଟ ଭାରତ ସରକାରଙ୍କ ରାଡର ପରିସର ଭୁକ୍ତ ହୋଇଛି । ବଡ ରିହାତିରୁ ବିଦେଶୀ ନିବେଶ ଜଡିତ ଥିବା ନିୟମର ଉଲ୍ଲଂଘନ ହୋଇଛି କି ନାହିଁ ତାହା ଏବେ ସରକାର ତଦନ୍ତ କରିବେ । ବାଣିଜ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । 

ଅନଲାଇନ କିଣା-ବିକା ଉପରେ ଦିଆଯାଉଥିବା ଲୋଭନୀୟ ରିହାତିରୁ କ୍ଷୁଦ୍ର ବ୍ୟବସାୟ ଉପରେ ଆଶ୍ରିତ ଥିବା 13 କୋଟି ଲୋକଙ୍କ ହିତର ରକ୍ଷା କରିବା ଉଦ୍ଦେଶ୍ୟରେ ଫେବ୍ରୁଆରୀ ମାସରେ ସରକାର ଏକ ନୂଆ ନିୟମ ଆଣିଥିଲେ । ଏହି ନିୟମ ଗୁଡିକ ଇ-କମର୍ସ କମ୍ପାନୀ ଗୁଡିକୁ ନିଜର ବ୍ୟବସାୟର ଶୈଳୀରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିଥିଲା, ଆମେରିକା ଏହାର ସମାଲୋଚନା ମଧ୍ୟ କରିଥିଲା । ଏହାସହ ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟବସାୟୀକ ତିକ୍ତତା ସୃଷ୍ଟି ହୋଇଥିଲା । 

ଏହା ପୂର୍ବରୁ ଆମାଜନ ଏବଂ ଫ୍ଲିପକାର୍ଟ ସର୍ବଦା ଏହି ନିୟମକୁ ପାଳନ କରୁଥିବା କଥା କହିଥିଲେ, ଅନ୍ୟପଟେ ସ୍ଥାନୀୟ ବ୍ୟବସାୟୀକ ସଂଗଠନ ଅଭିଯୋଗ କରିଥିଲେ ଯେ ଦୁଇ କମ୍ପାନୀ ବର୍ତ୍ତମାନର ପାର୍ବଣ ଋତୁରେ ରିହାତି ଦେବା ପାଇଁ ଅଧିକ ଟଙ୍କା ନିବେଶ କରୁଛନ୍ତି । କିଛି ଉତ୍ପାଦରେ 50 ପ୍ରତିଶତରୁ ଅଧିକ ରିହାତି ମଧ୍ୟ ଦିଆଯାଇଛି । 

ବାଣିଜ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଦେଇ କହିଛନ୍ତି ଯେ ସରକାର ଅଭିଯୋଗ ଏବଂ କନଫ୍ରେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଦ୍ୱାରା ଯୋଗାଯାଇଥିବା ପ୍ରମାଣ ଗୁଡିକର ତଦନ୍ତ କରୁଛି, ଯେଉଁଥିରେ ଆମାଜନ ଏବଂ ଫ୍ଲିପକାର୍ଟ ଉପରେ ବିଦେଶୀ ନିବେଶ ନିୟମର ଉଲ୍ଲଂଘନର ଅଭିଯୋଗ କରାଯାଇଥିଲା । ସିଏଆଇଟି ଦେଶର 7 କୋଟି ଖୁଚୁରା ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଛି । 

Subscribe

National International State Sports Entertainment