ଆତ୍ମନିର୍ଭର ହେଉଛି ଭାରତ, ଦେଶରେ ପ୍ରଥମ 5G ନେଟୱର୍କ ଲଞ୍ଚ କରିବ ରିଲାଏନ୍ସ ଜିଓ
Khabar Odisha:National-jio-lunch-5g-in-India
ନୂଆଦିଲ୍ଲୀ, ଜୁଲାଇ 15(ଖବର ଓଡ଼ିଶା):

 ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା । ଖୁବ୍ ଶୀଘ୍ର ଜିଓ 5G ନେଟୱାର୍କ ଲଞ୍ଚ୍‌ କରିବାକୁ ଯାଉଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ବପ୍ନକୁ ସାକାର କରିବ ବୋଲି ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ୪୩ ତମ ବାର୍ଷିକ ସାଧାରଣ ବୈଠକରେ କହିଛନ୍ତି ।

୪୩ତମ ବାର୍ଷିକ ସାଧାରଣ ବୈଠକ  ଅମ୍ବାନୀ ଆହୁରି ବି ଘୋଷଣା କରିଛନ୍ତି ଯେ,  ଜିଓ ପ୍ଲାଟଫର୍ମରେ ଗୁଗୁଲ୍‌ ୩୩, ୭୩୭ କୋଟି ଟଙ୍କା ନିବେଶ କରିବ। ଜିଓ 5G ସଲ୍ୟୁସନ୍ ଦିଗରେ କାର୍ଯ୍ୟ‌ ଆରମ୍ଭ କରିଛି। 5G ସଲ୍ୟୁସନ୍‌କୁ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ସର୍ଗ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

ଦେଶରେ ପ୍ରଥମ ୫ଜି ନେଟୱାର୍କ ପାଇଁ ରିଲାଏନ୍ସ କମ୍ପାନୀ ୧୦୦ ପ୍ରତିଶତ ଭାରତୀୟ ଟେକ୍ନଲୋଜି ଓ ସଲ୍ୟୁସନ୍ସର ବ୍ୟବହାର କରିବ । 5G ସର୍ଭିସର ଫିଲ୍ଡ ଡିପ୍ଲୟମେଣ୍ଟ ଆସନ୍ତାବର୍ଷ ଆରମ୍ଭ ହେବା ନେଇ ଆଶା ରହିଛି। ସର୍ଭିସର ଟ୍ରାଏଲ ସ୍ପେକ୍ଟ୍ରମ ମିଳିବା ପରେ ତୁରନ୍ତ ଆରମ୍ଭ କରାଯିବ।

ଗୁଗଲ୍ ଓ ଜିଓ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଏହି ଚୁକ୍ତିନାମା ଅନ୍ତର୍ଗତ ଗୁଗଲ୍ ଜିଓରେ ୭.୭ ପ୍ରତିଶତ ପାର୍ଟନରଶିପ୍ ଆଧାରରେ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ।ରିଲାଏନ୍ସର ବଡ଼ ଇନୋଭେସନ୍ ହେଉଛି ଜିଓ ଗ୍ଲାସ୍। ଏହା ଏକ ଚଷମା, ଯାହାକୁ କୌଣସି ଫୋନ୍ ସହ ଯୋଡ଼ି ଇଣ୍ଟରନେଟ୍ ବ୍ୟବହାର କରାଯାଇପାରିବ।

  • Tags:

Subscribe

National International State Sports Entertainment