ବିନା ଟଙ୍କାରେ ନେଇ ଯାଆନ୍ତୁ ରୟାଲ ଏନଫିଲ୍ଡ ବାଇକ ! କମ୍ପାନୀ ଦେଉଛି ଦୀପାବଳି ଅଫର
Khabar Odisha:National-business-Royal-Enfield-Festival-Offer-Buy-New-Bullet-At-Down-Payment-And-Emi-Just-Rs-2490
ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡ଼ିଶା):

ଯଦି ଆପଣ ରୟାଲ ଏନଫିଲ୍ଡ ବାଇକ କିଣିବାକୁ ମନ କରିଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ରୟାଲ ଏନଫିଲ୍ଡ ମଧ୍ୟ ମାନ୍ଦାବସ୍ଥାକୁ ନେଇ ଚିନ୍ତାର ରହିଛି, କମ୍ପାନିର ବିକ୍ରିରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଯାହାକୁ ନଜରରେ ରଖି ଏବେ କମ୍ପାନି ଏପରି ଏକ ଅଫର ଦେବାକୁ ଯାଉଛି, ଯାହାକୁ ଜଣିବା ପରେ ଆପଣ ନିଜକୁ ସୋ’ରୁମ ଯିବାକୁ ଅଟକାଇ ପାରିବେନି । 

ରୟାନ ଏନଫିଲ୍ଡ ନିଜର ବିକ୍ରିକୁ ବୃଦ୍ଧି କରିବା ଏବଂ ଅଧିକରୁ ଅଧିକ ଗ୍ରାହକଙ୍କୁ ଯୋଡିବା ପାଇଁ ଏକ ଏପରି ଅଫର ଦେବାକୁ ଯାଉଛି ଯାହା ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ । କମ୍ପାନୀର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଗ୍ରାହକଙ୍କୁ ବାଇକ ପାଇଁ କୌଣସି ଡାଉନ ପେମେଣ୍ଟ ଦେବାକୁ ପଡିବନି । କେବଳ ଏକିତି ନୁହେଁ କମ୍ପାନିର ବାଇକକୁ 2490 ଟଙ୍କାରୁ କମ ଇଏମଆଇରେ ମଧ୍ୟ କିଣିବାକୁ ସୁଯୋଗ ଦେବ । 

କମ୍ପାନି ନିଜର ଗ୍ରାହକଙ୍କ ପାଇଁ ଏକ୍ସଚେଞ୍ଜ ଅଫର ମଧ୍ୟ ଆଣିଛି । ଏହି ଅଫରରେ ଗ୍ରାହକମାନେ ନିଜର ପୁରୁଣା ବାଇକକୁ ଏକ୍ସଚେଞ୍ଜ କରିବା ସହ ଅଫର ପାଇ ପାରିବେ । ଇଏମଆଇର କ୍ୟାଲକୁଲେସନ ଚାରି ବର୍ଷର ଲୋନ ଉପରେ ପ୍ରତି ଏକ ଲକ୍ଷରେ କରାଯିବ । ଅନ୍ୟପଟେ ଏକ୍ସଚେଞ୍ଜ ଅଫରରେ ପୁରୁଣା ବାଇକର ଅନୁମାନିକ ମୂଲ୍ୟ ଗ୍ରାହକଙ୍କ ଡାଉନ ପେମେଣ୍ଟ ଭାବେ କାମ କରିବ । 

Subscribe

National International State Sports Entertainment