ପିପିଏଫ, ସୁକନ୍ୟା ସମୃଦ୍ଧି ଖାତାଧାରକଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର
Khabar Odisha:Nation-Good-news-for-ppf-and-sukanya-samriddhi-account-holder-in-India-government-help

ନୂଆଦିଲ୍ଲୀ, ଏପ୍ରିଲ ୧୨ (ଖବର ଓଡ଼ିଶା): କେନ୍ଦ୍ର ସରକାର କରୋନା ସଂକ୍ରମଣ ସଂକଟକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଭବିଷ୍ୟ ନିଧି, ଆବର୍ତ୍ତ ଜମାରାଶି (ଆରଡି) ତଥା ସୁକନ୍ୟା ସମୃଦ୍ଧି ଯୋଜନା ଖାତାଧାରକଙ୍କ ପାଇଁ ବାଧ୍ୟତାମୂଳକ ଜମାର ସମୟସୀମା ତିନି ମାସ ପାଇଁ ଆଗକୁ ବଢ଼ାଇ ଦେଇଛନ୍ତି । ଅର୍ଥମନ୍ତ୍ରାଳୟଳ ପକ୍ଷରୁ ଶନିବାର ଟୁଇଟର ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଏବେ ପିପିଏଫ, ଆରଡି ଓ ସୁକନ୍ୟା ସମୃଦ୍ଧି ଖାତାରେ ୨୦୧୯-୨୦୨୦ର ବାଧ୍ୟତାମୂଳକ ରାଶି ଜୁନ ୩୦ ଯାଏଁ ଜମା କରାଯାଇପାରିବ । 

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଟୁଇଟରେ କୁହାଯାଇଛି ଯେ, ସରକାର କରୋନା ଭାଇରସକୁ ଦୃଷ୍ଟିରେ ରଖି ସଂକ୍ରମଣ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଏଭଳି ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ଜମାକାରୀଙ୍କ ମଙ୍ଗଳ ହେବ । ପିପିଏଫ, ଆରଡି ଓ ସୁକନ୍ୟ ସମୃଦ୍ଧି ଖାତାଧାରକଙ୍କୁ ସମୟ ମିଳିବା ସହିତ ସେମାନଙ୍କର ଚିନ୍ତା ଦୂର ହେବ । ସେଥିପାଇଁ ନିୟମରେ କୋହଳ କରି ଦିଆଯାଇଛି । 

ସୂଚନାଯୋଗ୍ୟ, ଏହିଭଳି ଖାତାକୁ ସକ୍ରିୟ ରଖିବା ପାଇଁ ଜମାକାରୀଙ୍କୁ ପ୍ରତିବର୍ଷ ଅତିକମରେ ସର୍ବନିମ୍ନ ରାଶି ଜମା କରିବାକୁ ହୋଇଥାଏ । ନିୟମିତ ଭାବେ ରାଶି ଜମା ନ କଲେ ବିଳମ୍ବ ଶୁଲ୍କ ଦେବାକୁ ପଡ଼ିଥାଏ । 

 

  • Tags:

Subscribe

National International State Sports Entertainment